Advertisment

ହାଇକୋର୍ଟରେ ବୃଦ୍ଧ ଦମ୍ପତିଙ୍କ କଳି, ଜଜ୍‌ କହିଲେ- କଳିଯୁଗ ଆସିଗଲା

ଭରଣପୋଷଣ ଭତ୍ତାକୁ ନେଇ ୮୦ ବର୍ଷୀୟ ବୃଦ୍ଧ ଓ ୭୫ ବର୍ଷୀୟା ବୃଦ୍ଧା ଦମ୍ପତିଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଛି।

ଅଦ୍ୟତନ ହୋଇଛି
elderly couple's alimony battle

elderly couple's alimony battle

Advertisment

ଭରଣପୋଷଣ ଭତ୍ତାକୁ ନେଇ ମୁହାଁମୁହିଁ ବୃଦ୍ଧ ଦମ୍ପତି। ହାଇକୋର୍ଟକୁ ଗଲା କଳି। ମାମଲାର ଶୁଣାଣି କରି ବର୍ଷିଲେ ହାଇକୋର୍ଟ। କହିଲେ କଳିଯୁଗ ଆସିଗଲା। ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ଭରଣପୋଷଣ ମାମଲାର ଶୁଣାଣି କରି ଏଭଳି କିଛି ଅଜବ ମନ୍ତବ୍ୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ୭୬ ଓ ୮୦ ବର୍ଷୀୟ ଦମ୍ପତ୍ତିଙ୍କ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏଭଳି ଆଇନଗତ ବିବାଦ ଚିନ୍ତାଜନକ।

Advertisment

ଆଲିଗଡ଼ର ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ସୁପରଭାଇଜର ମୁନେଶ କୁମାର ଗୁପ୍ତା (୮୦) ଓ ତାଙ୍କ ପତ୍ନୀ ଗାୟତ୍ରୀ ଦେବୀ (୭୬)। ଉଭୟଙ୍କ ମଧ୍ୟରେ ୨୦୧୮ ମସିହାରୁ ସମ୍ପତ୍ତି ବିବାଦ ଲାଗି ରହିଛି। ଘଟଣା ପୁଲିସ ନିକଟରେ ପହଞ୍ଚିବା ପରେ ଦମ୍ପତିଙ୍କୁ ପରିବାର କାଉନସେଲିଂ ସେଣ୍ଟରକୁ ପଠାଯାଇଥିଲା। ବିବାଦର ସମାଧାନ ନ ହେବାରୁ ଗୁପ୍ତା ଓ ତାଙ୍କ ପତ୍ନୀ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ।

ସ୍ୱାମୀଙ୍କ ମାସିକ ପେନସନ ପାଖାପାଖି ୩୫ ହଜାର ଟଙ୍କା ହୋଇଥିଲେ ମଧ୍ୟ ସ୍ୱାମୀଙ୍କ ଠାରୁ ୧୫ ହଜାର ଟଙ୍କା ଭରଣପୋଷଣ ପାଇଁ ମହିଳା ଜଣକ ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ଫେବ୍ରୁଆରି ୧୬ତାରିଖରେ କୋର୍ଟ ଗୁପ୍ତାଙ୍କୁ ଭରଣପୋଷଣ ବାବଦରେ ସ୍ତ୍ରୀଙ୍କୁ ୫ ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁ ଏହି ରାୟକୁ ସ୍ୱାମୀ ମୁନେଶ କୁମାର ବିରୋଧ କରିବା ସହ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Advertisment

ମଙ୍ଗଳବାର ଶୁଣାଣି ବେଳେ ହାଇକୋର୍ଟର ବିଚାରପତି ସୌରଭ ଶ୍ୟାମ ଶମଶେରୀ କହିଛନ୍ତି, କଳିଯୁଗ ଆସିଥିବା ଜଣାପଡ଼ୁଛି। ଏଭଳି ଆଇନଗତ ବିବାଦ ଚିନ୍ତାଜନକ। ସେ ମହିଳାଙ୍କୁ ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଦମ୍ପତି ବୁଝାମଣାରେ ପହଞ୍ଚିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Allahabad High Court Elderly Couple's Alimony Battle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe