Advertisment

ଦୌଡୁଥିଲେ ନାବାଳକ, ହଠାତ୍‌ ହୃଦ୍‌ଘାତରେ ଟଳି ପଡ଼ିଲେ

ସ୍କୁଲରେ ଆୟୋଜିତ ହେବାକୁ ଥିବା କ୍ରୀଡା ଇଭେଣ୍ଟରେ ଭାଗ ନେବା ପାଇଁ ଅଭ୍ୟାସ୍‌ କରୁଥିଲେ। ଏତିକି ବେଳେ ୧୪ ବର୍ଷୀୟ ଜଣେ ନାବାଳକର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଛି।

Student Dies in Heart Attack

Student Dies in Heart Attack

Advertisment

ଆଜି କାଲି ଦେଶରେ ହୃଦ୍‌ଘାତ ମାମଲା। ଅକାଳରେ ଟଳି ପଡୁଛନ୍ତି ବୟସ୍କ ଠାରୁ ପିଲା। ଏଭଳି କିଛି ମାମଲା ଏବେ ପୁଣି ଥରେ ସାମ୍ନାକୁ ଆସିଛି। ଜଣେ ନାବାଳକ ସ୍କୁଲରେ ଆୟୋଜିତ ହେବାକୁ ଥିବା କ୍ରୀଡା ଇଭେଣ୍ଟ ପାଇଁ ପ୍ରାକ୍ଟିସ୍ କରୁଥିବା ବେଳେ ଟଳି ପଡିଛନ୍ତି। ହୃଦ୍‌ଘାତରେ ଚାଲି ଯାଇଛି ତାଙ୍କ ଜୀବନ। ଉତ୍ତରପ୍ରଦେଶର ଆଲିଗଡରୁ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

Advertisment

୧୪ ବର୍ଷୀୟ ନାବାଳକ ମୋହିତ ଚୌଧୁରୀ। ଶୁକ୍ରବାର ସେ ସ୍କୁଲ ଆସିଥିଲା। ଏହାପରେ ସ୍କୁଲରେ ଆୟୋଜିତ ହେବାକୁ ଥିବା କ୍ରୀଡା ଇଭେଣ୍ଟରେ ଭାଗ ନେବା ପାଇଁ ଆରମ୍ଭ କରିଥିଲା ଅଭ୍ୟାସ୍‌। ନିଜ ସାଙ୍ଗମାନଙ୍କ ସହ ମିଶି ସେ ପଡିଆ ଦୌଡିବାକୁ ଲାଗିଥିଲା। ତେବେ କିଛି ସମୟ ପରେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡିଯାଇଥିଲା। ଏହାପରେ ତୁରନ୍ତ ମୋହିତକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣ କରିଥିଲେ। ହୃଦ୍‌ଘାତ ଯୋଗୁ ତା'ର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଥିଲେ।

ପୁଲିସ ସୂଚନା ମୁତାବକ, ଡିସେମ୍ବର ୭ ତାରିଖରେ ସ୍କୁଲରେ କ୍ରୀଡା ପ୍ରତିଯୋଗୀତା ହେବାର ଥିଲା। ଏଥିପାଇଁ ମୋହିତ ପ୍ରାକ୍ଟିସ୍‌ କରୁଥିଲା। ତେବେ ଏତିକି ବେଳେ ହୃଦ୍‌ଘାତରେ ତା'ର ମୃତ୍ୟୁ ହୋଇଛି। ଅଗଷ୍ଟ ମାସରେ ମୋହିତଙ୍କ ବାପା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

Advertisment

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ସେପଟେ ଏହି ଖବର ସାମ୍ନାକୁ ଆସିବା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପାରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଗତ ୨୫ ଦିନ ମଧ୍ୟରେ ଆଲିଗଡରେ ଅତି କମରେ ତିନି ଜଣ ଲୋକ ହୃଦଘାତର ଶିକାର ହୋଇଛନ୍ତି। ଗତ ମାସରେ ଆଲିଗଡର ଅରାନା ଗାଁରେ ଦୌଡୁଥିବା ବେଳେ ମମତା ନାମକ ଜଣେ ୨୦ ବର୍ଷର ଝିଅ ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।

Uttar Pradesh Student Dies Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe