Advertisment

ଚା’ ପିଉ ପିଉ ଟଳି ପଡ଼ିଲେ ଶିକ୍ଷକ, ଡାକ୍ତର କହିଲେ...

ଟ୍ରେନିଂ ସମୟରେ ଚା’ ପିଉ ପିଉ ହଠାତ୍‌ ତଳେ ପଡ଼ି ବେହୋସ ହୋଇଗଲେ ଶିକ୍ଷକ । ସହଯୋଗୀମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ ।

ଅଦ୍ୟତନ ହୋଇଛି
Heart Attack

Heart Attack

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଟ୍ରେନିଂ ନେଉଥିଲେ ଶିକ୍ଷକ । ଆଉ କିଛି ଦିନ ପରେ ତୁଲାଇଥାନ୍ତେ ନିର୍ବାଚନୀ ଦାୟିତ୍ୱ। ମାତ୍ର ସବୁ କିଛି ଅଧାରେ ରହିଗଲା। ଟ୍ରେନିଂ ସମୟରେ ଚା’ ପିଉ ପିଉ ହଠାତ୍‌ ତଳେ ପଡ଼ି ବେହୋସ ହୋଇଗଲେ ଶିକ୍ଷକ । ସହଯୋଗୀମାନେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଅଜମେରରେ ଘଟିଛି। ମୃତ ଶିକ୍ଷକଜଣକ ହେଉଛନ୍ତି ଛିତରମଲ କୁମାୱତ ବୋଲି ଜଣାଯାଇଛି।

ନିର୍ବାଚନ ପୂର୍ବରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଛିତରମଲ କୁମାୱତ ଅଜମେର ପହଞ୍ଚିଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବି ଯୋଗ ଦେଇଥିଲେ। ମାତ୍ର ଚା’ ପିଉ ପିଉ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଗଲା। ଆଉ ସଙ୍ଗେ ସଙ୍ଗେ ସେ ଚଟାଣରେ ପଡ଼ି ବେହୋସ ହୋଇଗଲେ ।

Advertisment

ସେଠାରେ ଉପସ୍ଥିତ ଅନ୍ୟମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଛିତରମଲଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିବା ବେଳେ ସେ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି।

ଛିତରମଲଙ୍କ ମୃତ୍ୟୁରେ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଗଭୀର ଶୋକ ପ୍ରକଟ କରିଛନ୍ତି। ଏପରି ଅସମୟରେ ତାଙ୍କ ବିୟୋଗ ବିଭାଗ ପାଇଁ ଏକ ବଡ଼ କ୍ଷତି। ଏପରି ସମୟରେ ତାଙ୍କ ପରିବାରକୁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି।

Rajasthan Hearth Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe