Advertisment

କଲବଲ କରୁଛି ମୁଣ୍ଡଫଟା ଖରା, ଗଲାଣି ୨୧ ଜୀବନ

କୋଚିଂ ସିଟି କୋଟାରେ ଗତ ୨ ଦିନ ମଧ୍ୟରେ ପ୍ରବଳ ଖରା ଲାଗି ୨୧ ଜଣଙ୍କ ମୃତ୍ୟୁ ହୋଇଛି।

Heat Wave Dead

Heat Wave Dead

Advertisment

ଉତ୍ତର ଭାରତରେ ଜାରି ରହିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ। କଲବଲ କରୁଛି ମୁଣ୍ଡଫଟା ଖରା। ପ୍ରବଳ ଗରମ ଲାଗି ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ୫୦ ଡେଇଁଛି ପାରଦ। ରାଜସ୍ଥାନରେ ପ୍ରବଳ ଗରମ ମଧ୍ୟରେ କୋଚିଂ ସିଟି କୋଟାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଏଠାରେ ତାପମାତ୍ରା ୪୮.୨ ଡିଗ୍ରୀ ଥିବା ବେଳେ ଗତ ୨ ଦିନ ମଧ୍ୟରେ ପ୍ରବଳ ଖରା ଲାଗି ଏଠାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଗତ ଦୁଇ ଦିନ ମଧ୍ୟରେ କୋଟାସ୍ଥିତ ନ୍ୟୁ ମେଡିକାଲ କଲେଜ ହସ୍ପିଟାଲ ଓ ଏମବିଏସ୍‌ ହସ୍ପିଟାଲର ଶବଗୃହକୁ ୨୧ଟି ମୃତଦେହ ଅଣାଯାଇଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ରାସ୍ତାକଡରୁ ଏହି ମୃତଦେହଗୁଡିକ ମିଳିଛି। ଲଗାତାର ମୃତଦେହ ଆସୁଥିବା ଲାଗି ହସ୍ପିଟାଲ ଶବଗଗୃହ ଭର୍ତ୍ତି ହୋଇଗଲାଣି। ସେପଟେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ଏକ ଜରୁରୀ ବୈଠକ ଡକାଇଛନ୍ତି। ସତର୍କତା ପଦକ୍ଷେପ ନେଇ ସମୀକ୍ଷା କରିଛନ୍ତି।

କୋଟା ସହରର ଫୁଟପାଥରୁ ପ୍ରାୟ ଏକ ଡଜନରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ରବିବାର ଅପରାହ୍ନରୁ ମୃତଦେହ ମିଳିବା ଆରମ୍ଭ ହୋଇଥିଲା, ଯାହା ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କର ଘର ନାହିଁ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି। ତେବେ କୋଟା ଜିଲ୍ଲାପାଳ ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅଂଶୁଘାତ ବୋଲି କହି ହେବ ନାହିଁ ବୋଲି କହିଛନ୍ତି। ସେପଟେ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଅଂଶୁଘାତ ଲକ୍ଷଣ ଥିଲେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଗତ ୪ ଦିନ ହେବ ତତଲା କଢ଼େଇରେ ପରିତଣ ହୋଇଛି ରାଜସ୍ଥାନ। ଏଠାକାର କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି। ଫାଲୋଡିରେ ଏହା ୫୦ଡିଗ୍ରୀ ଛୁଇଁ ସାରିଛି। ଏଠାରେ ଗତ ଦୁଇ ଦିନ ହେବ ତାପମାତ୍ରା ୪୯ ଡିଗ୍ରୀ ଉପରେ ରହୁଥିବା ରେକର୍ଡ କରାଯାଇଛି। ବାରମେରରେ ମଧ୍ୟ ସୋମବାର ତାପମାତ୍ରା ୪୯ରୁ ଅଧିକରେ ପହଞ୍ଚିଛି। ଜୈସଲମେରରେ ୪୮.୭ ଡିଗ୍ରୀ, ପିଲାନି ୪୮.୫ ଏବଂ ଶ୍ରୀଗଙ୍ଗନଗରରେ ୪୮.୩ ଡିଗ୍ରୀ ଥିବା ରେକର୍ଡ ହୋଇଛି।

Heat Wave Rajastan Kota Heat Wave
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe