monsoon
ତାତିରୁ ମିଳିବ ତ୍ରାହି। ଖୁବ୍ଶୀଘ୍ର ଆସୁଛି ମୌସୁମୀ। ଆସନ୍ତା ୫ ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ପହଞ୍ଚି ସାରିଛି। ଏହା ଆସନ୍ତା ମେ' ୩୧ କିମ୍ବା ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ଆଇଏମ୍ଡିର ସୂଚନା ମୁତାବକ, ସାଧାରଣତଃ ପ୍ରତିବର୍ଷ ପାଖାପାଖି ଜୁନ୍ ପହିଲା ଆଡକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ। ତା’ପରେ କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ଗୋଆରେ ଏହା ଜୁନ୍ ୫ ସୁଦ୍ଧା ପ୍ରବେଶ କରିଥାଏ। ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ତେଲେଙ୍ଗାନା, ସିକ୍କିମ୍ ଏବଂ ମହାରାଷ୍ଟ୍ରରେ ଏଣ୍ଟ୍ରି କରେ।
ଜୁନ୍ ୧୫ରେ ବିହାର, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର କିଛି ଅଂଶରେ ପହଞ୍ଚିଥାଏ। ଜୁନ୍ ୨୦ସୁଦ୍ଧା ଏହା ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ଅବଶିଷ୍ଟ ଅଂଶ ଏବଂ ଗୁଜରାଟର କିଛି ଅଂଶରେ ପ୍ରବେଶ କରେ। ଜୁଲାଇ ୧୫ ପାଖାପାଖି ଏହା ସମଗ୍ର ଦେଶକୁ କଭର୍ କରିଥାଏ।
ପାଣିପାଗ ବିଭାଗ ଅନୁସାରେ ଆରବ ସାରଗ ବା ଦକ୍ଷିଣ ଆଣ୍ଡାମାନରେ ମୌସୁମୀ ଆସିବା ପୂର୍ବର ଗତିବିଧି ଆରମ୍ଭ ହୋଇଯାଇଛି। ଯାହା ଭାରତୀୟ ମନସୁନ୍ ପାଇଁ ଏକ ଭଲ ସଙ୍କେତ। ମେ' ୩୧ ସୁଦ୍ଧା କେରଳକୁ ଆସିବାପାରେ ମୌସୁମୀ ବାୟୁ ଧୀରେ ଧୀରେ ଚାରିଆଡେ ପ୍ରବେଶ କରିବା। ମୌସୁମୀର ଶୀଘ୍ର ଆଗମନ ଯୋଗୁ ଏଥର ବର୍ଷା ମଧ୍ୟ ଭଲ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଗତବର୍ଷ ଜୁନ୍ ୮ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା। ଜୁଲାଇ ୨ ତାରିଖ ଆଡକୁ ଏହା ସମଗ୍ର ଦେଶକୁ କଭର୍ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/monsoon_1716796957.jpg)