Advertisment

ଅସହ୍ୟ ଖରା; ଗୋଟିଏ ଦିନରେ ୧୧ ପୋଲିଂ କର୍ମଚାରୀଙ୍କ ସମେତ ୧୬ ମୃତ

ଅଂଶୁଘାତ କାରଣରୁ ଉତ୍ତର ପ୍ରଦେଶର ତିନୋଟି ଜିଲ୍ଲାରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା।

author-image
Debibandita Barick
Representative Image

Representative Image

ଅସହ୍ୟ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢୁଥିବା ବେଳେ କେବଳ ଗୋଟିଏ ଦିନରେ(ଶୁକ୍ରବାର) ଉତ୍ତର ପ୍ରଦେଶରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି, ଯେଉଁମାନଙ୍କ ମଧ୍ୟରେ ୧୧ ଜଣ ପୋଲିଂ କର୍ମଚାରୀ ଅଛନ୍ତି।

Advertisment

ରାଜ୍ୟର ମିର୍ଜାପୁର, ସୋନଭଦ୍ର ଏବଂ ରାଏବରେଲୀ ଜିଲ୍ଲାରେ ଅଂଶୁଘାତ କାରଣରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ପୋଲିଂ କର୍ମଚାରୀଙ୍କ ମଧ୍ୟରେ ମିର୍ଜାପୁରରେ ୮ ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ୫ ଜଣେ ହୋମଗାର୍ଡ ଅଛନ୍ତି। ସେହିପରି ସୋନଭଦ୍ର ଜିଲ୍ଲାରୁ ଦୁଇଜଣ ମତଦାନ କର୍ମଚାରୀ ଏବଂ ଜଣେ ରାଏବରେଲିରେ ପ୍ରାଣ ହରାଇଛନ୍ତି।

ପୋଲ୍ ଡ୍ୟୁଟିରେ ନଥିଲେ ମଧ୍ୟ ମିର୍ଜାପୁରରେ ନିଯୁକ୍ତ ହୋଇଥିବା ଜଣେ ହୋମଗାର୍ଡଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ସେହିପରି ମିର୍ଜାପୁରରେ ମଧ୍ୟ ଉତ୍ତାପ କାରଣରୁ ଆଉ ଚାରି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମିର୍ଜାପୁର ଜିଲ୍ଲା ମାଜିଷ୍ଟ୍ରେଟ ପ୍ରିୟଙ୍କା ନିରଞ୍ଜନ କହିଛନ୍ତି, ମୃତ କର୍ମଚାରୀଙ୍କ ପରିବାରକୁ ସମସ୍ତ ପ୍ରକାର ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

Advertisment

ମିର୍ଜାପୁର ମେଡିକାଲ କଲେଜ ପ୍ରିନ୍ସପାଲ ଡ. ଆର.ବି କମଲ କହିଛନ୍ତି, ମୃତକମାନଙ୍କଠାରେ ଉଚ୍ଚ ଜ୍ୱର, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଚିକିତ୍ସା ସମ୍ବନ୍ଧୀୟ ଜଟିଳତା ରହିଥିଲା। ସମସ୍ତଙ୍କ ବୟସ ୫୦ ବର୍ଷରୁ ଅଧିକ ବୟସ ଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ, କିନ୍ତୁ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡୁଛି ଯେ, ହିଟଷ୍ଟ୍ରୋକ କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ମୃତ୍ୟୁ ଘଟିଛି। 

UP News Heatstroke Heatstroke UP