Heat wave
ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ପାର କରି ଯାଇଛି। ଆଜି ତାପାମାତ୍ରା ୪୬.୨ ଡିଗ୍ରୀ ରେକର୍ଡ କରାଯାଇଥିଲେ ହେଁ ଖୁବଶୀଘ୍ର ଦିଲ୍ଲୀବାସୀଙ୍କୁ ହିଟୱେଭରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସହରର ନଜାଫଗଡ଼ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟେସନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୨ ଡିଗ୍ରୀ ରେକର୍ଡ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଦକ୍ଷିଣ ହରିଆଣା, ଦିଲ୍ଲୀ, ଦକ୍ଷିଣ ୟୁପି, ଉତ୍ତର ମଧ୍ୟପ୍ରଦେଶ, ଝାରଖଣ୍ଡ, ବିହାର ଓ ବେଙ୍ଗଲ ପାଇଁ ହିଟୱେଭ ସତର୍କ ସୂଚନା ଜାରି କରାଯାଇଥିଲା।
ଆସନ୍ତାକାଲି ପାଇଁ କେବଳ ଝାରଖଣ୍ଡ ପାଇଁ ଗ୍ରୀଷ୍ମ ପ୍ରବାହର ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ସ୍ଥାନରେ ହିଟୱେଭରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗର ଜଣେ ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ ହିମାଳୟ ଉପରେ ସୃଷ୍ଟି ହୋଇଥିବା ପାଣିପାଗ ସ୍ଥିତି ଯୋଗୁ ଉତ୍ତରପୂର୍ବ ଭାଗର ଅଧିକାଂଶ ସ୍ଥାନରେ ବର୍ଷା ଓ ପବନର ସମ୍ଭାବନା ରହିଛି। କିଛି ସ୍ଥାନରେ କୁଆ ପଥର ମଧ୍ୟ ମାଡ଼ ହୋଇପାରେ। ମଙ୍ଗଳବାର ରାତି କିମ୍ବା ବୁଧବାର ଠାରୁ ଏହି ପାଗ ଅନୁଭୂତ ହେବ। ତେଣୁ ଗୁରୁବାର ସୁଦ୍ଧା ତାପମାତ୍ରା ୩୬ ଡିଗ୍ରୀକୁ ଖସି ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Heat_wave_1684768359.jpg)