Advertisment

କଲବଲ କରୁଛି ତାତି; ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୮୭କୁ ବୃଦ୍ଧି

୪୬ରୁ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସିଝୁଛି ଅଧା ଭାରତ।

ଅଦ୍ୟତନ ହୋଇଛି
Delhi

Delhi

Advertisment

୪୫ ଡିଗ୍ରୀ ସେଲସିୟସରୁ ଊର୍ଦ୍ଧ୍ୱ ତାପମାତ୍ରାରେ ସିଝୁଛି ଅଧା ଭାରତ। ହିଟ୍ ୱେଭ୍ କାରଣରୁ ଦେଶରେ ମୃତ୍ୟୁସଂଖ୍ୟା ୮୭ରେ ପହଞ୍ଚିଛି। ଗୋଟିଏ ଦିନରେ ଉତ୍ତର ପ୍ରଦେଶରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିହାରରେ ପାଞ୍ଚ ଜଣ, ରାଜସ୍ଥାନ ୪ ଏବଂ ପଞ୍ଜାବରେ ଜଣଙ୍କର ଜୀବନ ଯାଇଛି। ସେହିପରି ପଶ୍ଚିମ ଓଡିଶାରେ ଉତ୍ତାପ କାରଣରୁ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ଏନେଇ କୌଣସି ସରକାରୀ ରିପୋର୍ଟ ପ୍ରକାଶ ପାଇନାହିଁ।

Advertisment

ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ୍ (NCDC)ର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧ରୁ ଅଂଶୁଘାତ କାରଣରୁ ଲୋକଙ୍କ ପ୍ରାଣହାନୀ ଘଟୁଛି। କେବଳ ମେ ମାସରେ ୪୬ ଜଣଙ୍କର ମୃତ୍ୟୁ ଘଟିଲାଣି।

ଦେଶର ଅଧିକାଂଶ ଅଞ୍ଚଳରେ ୪୬ରୁ ୫୦ ଡିଗ୍ରୀ ସେଲସିୟସ ମଧ୍ୟରେ ତାପମାତ୍ରା ରହୁଛି। ଅନେକ ଅଞ୍ଚଳରେ ମଧ୍ୟ ପାରଦ ୫୦ ଡିଗ୍ରୀ ପାର୍ କରିଯାଇଛି। ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ୪୫-୪୮ ଡିଗ୍ରୀ ସେଲସିୟସ ମଧ୍ୟରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ଆଜି ପାଇଁ ପାଣିପାଗ ବିଭାଗ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ର ଅନେକ ସ୍ଥାନରେ ଏବଂ ଉତ୍ତରାଖଣ୍ଡ, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଓ ରାଜସ୍ଥାନର କେତେକ ସ୍ଥାନରେ ପ୍ରବଳ ଉତ୍ତାପ ହେବାର ପୂର୍ବାନୁମାନ କରିଛି।

ଏସବୁ ମଧ୍ୟରେ ଆଇଏମଡି ଆଶ୍ୱସ୍ତିକର ଖବର ଦେଇଛି। ଆଗାମୀ ୪-୫ ଦିନ ମଧ୍ୟରେ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

Weather Temperature Heatstroke
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe