Advertisment

New Year: ଜିରୋ ନାଇଟ୍‌ରେ ପ୍ରବଳ ମଦ ପିଅ, ନିଶା ହେଲେ ଘରେ ଛାଡ଼ିଦେବ ପୁଲିସ୍‌!

ମଦ ପିଇ ଯଦି ଆପଣଙ୍କୁ ନିଶା ହୋଇ ଯାଉଛି, ତା’ହେଲେ ବି କିଛି ଚିନ୍ତା କରନ୍ତୁ ନାହିଁ। ନିଶା ଛାଡ଼ିବା ଯାଏ ସରକାର ଆପଣଙ୍କୁ ବିଶ୍ରାମ ନେବାକୁ ରୁମ ଯୋଗାଇ ଦେବେ। ସେହିପରି ଆପଣ ଯଦି ଘରକୁ ଯିବାକୁ ଚାହିଁବେ, ତା’ହେଲେ ପୁଲିସ୍‌ ପ୍ରଶାସନ ଆପଣଙ୍କୁ ଛାଡ଼ିବାର ବ୍ୟବସ୍ଥା ମଧ୍ୟ କରିବ।

author-image
Hemant Lenka
Police

ଜିରୋ ନାଇଟ( ଫାଇଲ ଫଟୋ)

ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୨୫। ନବ ବର୍ଷକୁ ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇସାରାଲାଣି ପ୍ରସ୍ତୁତି। ଭୋଜି ଭାତର ଆସର ମଧ୍ୟ ଜମିଛି। ଲୋକମାନେ ନବ ବର୍ଷକୁ ସ୍ୱାଗତ କରିବାକୁ ମଦ ପାର୍ଟିର ଆୟୋଜନ କରୁଛନ୍ତି। ସମସ୍ତେ ଜିରୋ ନାଇଟ ସେଲିବ୍ରେସନ କରିବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ଆପଣ ଯଦି ଜିରୋ ନାଇଟରେ ପ୍ରବଳ ମଦ ପିଉଛନ୍ତି, ତା’ହେଲେ ଡରିବାର କିଛି ନାହିଁ।

Advertisment

ମଦ ପିଇ ଯଦି ଆପଣଙ୍କୁ ନିଶା ହୋଇ ଯାଉଛି, ତା’ହେଲେ ବି କିଛି ଚିନ୍ତା କରନ୍ତୁ ନାହିଁ। ନିଶା ଛାଡ଼ିବା ଯାଏ ସରକାର ଆପଣଙ୍କୁ ବିଶ୍ରାମ ନେବାକୁ ରୁମ ଯୋଗାଇ ଦେବେ। ସେହିପରି ଆପଣ ଯଦି ଘରକୁ ଯିବାକୁ ଚାହିଁବେ, ତା’ହେଲେ ପୁଲିସ୍‌ ପ୍ରଶାସନ ଆପଣଙ୍କୁ ଛାଡ଼ିବାର ବ୍ୟବସ୍ଥା ମଧ୍ୟ କରିବ। 

ଏକଥା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ। ଯଦି ଜିରୋ ନାଇଟ୍‌ରେ ଆପଣ ପ୍ରବଳ ମଦ ପିଅ ନିଶାରେ ଚୁର ହେଉଛନ୍ତି, ତା’ହେଲେ ଆପଣଙ୍କୁ ପୁଲିସ୍‌ ନିଜ ସହ ନେଇ ଘରେ ଛାଡ଼ି ଦେବ। ଏପରି ବ୍ୟବସ୍ଥା କର୍ଣ୍ଣାଟକା ସରକାର କରିଛନ୍ତି। ନିଜେ କର୍ଣ୍ଣାଟକାର ଗୃହମନ୍ତ୍ରୀ ଜି ପରମେଶ୍ୱର ଏପରି ସୂଚନା ଦେଇଛନ୍ତି। ନିଶାରେ ଚୁର ହୋଇଥିବା ଲୋକଙ୍କୁ ଘରେ ଛାଡ଼ିବାର ବ୍ୟବସ୍ଥା ସରକାର କରିଛନ୍ତି ବୋଲି ସେ କହିଛନ୍ତି। 

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଜି ପରମେଶ୍ୱର କହିଛନ୍ତି ଯେ ପ୍ରବଳ ମଦ ପିଉଥିବା ଲୋକଙ୍କ ପାଇଁ ୧୫ଟି ସ୍ଥାନରେ ବିଶ୍ରାମ ନେବାର ବ୍ୟବସ୍ଥା ହୋଇଛି। ସେଠାରେ ଲୋକମାନେ ନିଶା ଛାଡ଼ିବା ଯାଏ ବିଶ୍ରାମ ନେଇ ପାରିବେ। ନିଶା ଛାଡ଼ିବା ପରେ ସେମାନେ ଘରକୁ ଯାଇ ପାରିବେ। ବେଙ୍ଗାଲୁରୁ, ମହୀଶୂର, ହୁବ୍ବାଲି, ବେଲାଗାଭି ଓ ମାଙ୍ଗାଲୁରୁ ଭଳି ସ୍ଥାନରେ ଲୋକମାନେ ଜିରୋ ନାଇଟକୁ ଅଧିକ ସେଲିବ୍ରେସନ କରି ମଦ ପିଅନ୍ତି। ତେଣୁ ଏହି ସବୁ ସ୍ଥାନରେ ଡ୍ରପ ଓ ରହଣୀ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। 

ପରମେଶ୍ୱର କହିଛନ୍ତି, “ଆମେ ସମସ୍ତଙ୍କୁ ଘରେ ନେଇ ଛାଡ଼ିବୁ ନାହିଁ। ଯେମାନେ ପ୍ରବଳ ମଦ ପିଇଥିବେ, ଯେଉଁମାନେ ନିଶାରେ ଚାଲି ପାରୁ ନଥିବେ କିମ୍ବା ଅଚେତ ଅବସ୍ଥାକୁ ଚାଲି ଆସିଥିବେ, ସେମାନଙ୍କୁ ହିଁ ଆମେ ଘରେ ଛାଡ଼ିବୁ। ଏହାବାଦ ଆମେ ୧୫ଟି ସ୍ଥାନରେ ନିଶାସକ୍ତ ଲୋକଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରିଛୁ। ନିଶା ଛାଡ଼ିବା ଯାଏ ସମସ୍ତଙ୍କ ଉପରେ ଆମର ନଜର ରହିବ। ଏହାପରେ ଆମେ ସେମାନଙ୍କୁ ଘରକୁ ପଠାଇବୁ। ବେଙ୍ଗାଲୁରୁ ପୁଲିସ୍‌ ଘରେ ଛାଡ଼ିବା ବ୍ୟବସ୍ଥା ମଧ୍ୟ ଜିରୋ ନାଇଟରେ କରିବ।” 

ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, “ବିଶେଷ କରି ମହିଳାଙ୍କମାନେ ମଦ ପିଇବା ପରେ କେମିତି ଥିବେ, ତା’କୁ ଆକଳନ କରିବାକୁ ବେଶ କଷ୍ଟକର। କିଛି ମହିଳା ଚେତା ମଧ୍ୟ ହରାଇ ଥାଆନ୍ତି। ସେମାନଙ୍କ ସହ ସେହି ସମୟରେ କିଛି ବି ହୋଇପାରେ। ଏଥିପାଇଁ ଆମେ ବ୍ୟବସ୍ଥା କରିଛୁ ଓ ସତର୍କ ରହିଛୁ। ଅନ୍ୟମାନେ ଏହାର ଦୁର୍ବ୍ୟବହାର ଯେମିତି ନ କରିବେ, ତା’କୁ ମଧ୍ୟ ନିଶ୍ଚିତ କରାଯିବ। ସମସ୍ତ ୩୦ ଜିଲ୍ଲାକୁ ଆମେ ଆଲର୍ଟରେ ରଖିଛୁ।” 

ଜି ପରମେଶ୍ୱର ଆହୁରି କହିଛନ୍ତି ଯେ “କିଛି ଜିଲ୍ଲାରେ ଏପରି ଘଟଣା ଘଟେ ନାହିଁ। କିନ୍ତୁ ବେଙ୍ଗାଲୁରୁ(Bengaluru), ମହୀଶୂର, ହୁବ୍ବାଲି, ବେଲାଗାଭି ଓ ମାଙ୍ଗାଲୁରୁ ଭଳି ସ୍ଥାନରେ ଜିରୋ ନାଇଟକୁ ମଦ ପିଇ ଲୋକମାନେ ସେଲିବ୍ରେଟ କରନ୍ତି। 

ଲୋକମାନେ ରାସ୍ତାରେ ଉତ୍ସବ ମନାନ୍ତି। ଏଥିପାଇଁ ମୁଁ ବାର ଓ ପବଗୁଡ଼ିକୁ ସତର୍କ ରହିବାକୁ କହିଛି। ବେଙ୍ଗାଲୁରୁକୁ ବାହାରୁ ବହୁତ ଲୋକ ଆସନ୍ତି। ଏଠାରେ କାନ୍ନାଡିଗାଙ୍କ ସଂଖ୍ୟା ବହୁତ କମ। ବାହାରୁ ଆସୁଥିବା ଲୋକମାନେ ମଦ ପିଇ ଜିରୋ ନାଇଟକୁ ସେଲିବ୍ରେଟ କରିଥାଆନ୍ତି। ଏହା ଉପରେ ମଧ୍ୟ ପୁଲିସ୍‌ ନଜର ରଖିଛି।”

Bengaluru