Advertisment

ବର୍ଷା ପାଣିରେ ଉବୁଟୁବୁ ଦିଲ୍ଲୀ; ଭାଙ୍ଗିଲା ୪୦ ବର୍ଷର ରେକର୍ଡ, ମହିଳା ମୃତ

। ଗତକାଲି ଦିଲ୍ଲୀରେ ହୋଇଥିବା ବର୍ଷା ଚଳିତ ବର୍ଷ ଦିଲ୍ଲୀରେ ହେବାକୁ ଥିବା ମୌସୁମୀଜନିତ ବର୍ଷାର ୧୫% ବୋଲି ଜଣାପଡ଼ିଥିବା ବେଳେ ଏହା ଗତ ୪୦ବର୍ଷର ରେକର୍ଡ ଭାଙ୍ଗିଛି। ପ୍ରବଳ ବର୍ଷା ହେତୁ ଦିଲ୍ଲୀରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି।

author-image
Niharika Rout
Rain

Rain

ବର୍ଷା ପାଣିରେ ଉବୁଟୁବୁ ହେଉଛି ଉତ୍ତର ଭାରତ । ମୁଖ୍ୟତଃ ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ପ୍ରମୁଖ ସହର ବି ଜଳବନ୍ଦୀ ହୋଇ ଯାଇଛି। ରାସ୍ତା ଉପରେ ଛୁଟୁଛି ନଦୀ ପରି ପାଣିର ସ୍ରୋତ । ଗତକାଲି ଦିଲ୍ଲୀରେ ହୋଇଥିବା ବର୍ଷା ଚଳିତ ବର୍ଷ ଦିଲ୍ଲୀରେ ହେବାକୁ ଥିବା ମୌସୁମୀଜନିତ ବର୍ଷାର ୧୫% ବୋଲି ଜଣାପଡ଼ିଥିବା ବେଳେ ଏହା ଗତ ୪୦ବର୍ଷର ରେକର୍ଡ ଭାଙ୍ଗିଛି। ପ୍ରବଳ ବର୍ଷା ହେତୁ ଦିଲ୍ଲୀରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି।

Advertisment

ରାଜଧାନୀ ଦିଲ୍ଲୀରେ ଶନିବାର ରେକର୍ଡ ୧୨୬ ଏମଏମ ବର୍ଷା ରେକର୍ଡ କରାଯାଇଛି। ବିଭିନ୍ନ ସ୍ଥାନରେ ବେକ ଯାଏ ପାଣି ଚାଲୁଥିବାରୁ ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇ ପଡ଼ିଥିଲା। ଦିଲ୍ଲୀରେ ଚଳିତ ବର୍ଷ ହେବାକୁ ଥିବା ମୌସୁମୀଜନିତ ବର୍ଷାର ୧୫% କେବଳ ଗତକାଲି ୧୨ ଘଣ୍ଟାରେ ହୋଇ ଯାଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ଜଳମଗ୍ନ ହୋଇ ଯାଇଥିଲା। ବହୁ ଜାଗାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ବହୁ ଘର ବି ଭାଙ୍ଗି ଯାଇଛି।

ଗତକାଲିଠୁ ଆଜି ସକାଳ ୮ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ଗତ ୪୦ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା । ଭୀଷଣ ବର୍ଷା ଯୋଗୁ ଦିଲ୍ଲୀର ବହୁ ବଜାର, ଅଣ୍ଡର ପାସ୍‌, ହସ୍ପିଟାଲ ପରିସର, ଖୋଲା ପଡ଼ିଆ ସମ୍ପୂର୍ଣ୍ଣ ଭାବେ ଜଳାର୍ଣ୍ଣବ ହୋଇ ଯାଇଛି। ଅତ୍ୟଧିକ ବର୍ଷା ଯୋଗୁ ରାଜଧାନୀର ଅଧିକାଂଶ ଜାଗା ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ବୁଡ଼ି ରହିଥିବା ବେଳେ ଇଣ୍ଟରନେଟ ସେବା ବି ପ୍ରଭାବିତ ହୋଇଛି।

Advertisment

ବର୍ଷା ବିତ୍ପାତର ମୁକାବିଲା ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସମସ୍ତ ବିଭାଗୀୟ ଅଧିକାରୀଙ୍କ ରବିବାର ଛୁଟିକୁ ବାତିଲ କରି ଦେଇଛନ୍ତି। ଏଥିସହ ସେମାନଙ୍କୁ ଫିଲ୍ଡ ସର୍ଭେ କରି ଲୋକଙ୍କ ଦୁଃଖ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀର ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ୧୫ଟି ଘର ମାଟିରେ ମିଶି ଯାଇଥିବା ବେଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଜଣକ ହେଉଛନ୍ତି ୫୮ ବର୍ଷୀୟା ରଞ୍ଜିତ କୌର । ବର୍ଷା ଯୋଗୁ ଦିଲ୍ଲୀର କାଲକାଜୀ ଅଞ୍ଚଳରେ ଏକ କାନ୍ଥୁ ଭୁଶୁଡ଼ି ୧୫ ଲକଜୁରୀ କାର୍‌ ଓ ୧୦ଟି ୨ ଚକିଆ ଯାନ ଭାଙ୍ଗିରୁଜି ଯାଇଛି।

ଦିଲ୍ଲୀ ବାଦ ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଛି। ଏହି ସବୁ ଜିଲ୍ଲାରେ ଆହୁରି ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି।

Heavy Rain Delhi