Advertisment

ବର୍ଷା ବିତ୍ପାତରେ ଗଲାଣି ଶତାଧିକ ଜୀବନ, ଉତ୍ତର ଭାରତରେ ସର୍ବାଧିକ

ପାଣିରେ ଭାସୁଛି ଉତ୍ତର ଭାରତ। ଲଗାଣ ବର୍ଷା ଯୋଗୁ ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବାର ଚେତାବନୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଅନାବଶ୍ୟକ ଭାବରେ ନିଜ ଘର ବାହାରକୁ ନ ବାହାରନ୍ତୁ ।

ଅଦ୍ୟତନ ହୋଇଛି
Himachal Floods

Himachal Floods

Advertisment

ଉତ୍ତର ଓ ଉତ୍ତରପୂର୍ବ ଭାରତରେ ଲାଗି ରହିଛି ବର୍ଷାର ତାଣ୍ଡବ। ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଉତ୍ତରାଖଣ୍ଡ ବିଷୟରେ କହିବାକୁ ଗଲେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଉତ୍ତରାଖଣ୍ଡ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ୧୩ ଜୁଲାଇ ପର୍ଯ୍ୟନ୍ତ ଆସିବା ପାଇଁ ବାରଣ କରାଯାଇଛି। ପ୍ରବଳ ବର୍ଷା ହେତୁ ଗଙ୍ଗା ନଦୀ ସମେତ ସମସ୍ତ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ଏଯାଏଁ ମୁଖ୍ୟତଃ ଉତ୍ତର ଭାରତରେ ବର୍ଷା ବିତ୍ପାତ ଯୋଗୁଁ ଶତାଧିକ ଲୋକଙ୍କର ଜୀବନହାନୀ ଘଟିଲାଣି ଓ ପ୍ରାୟ ୩ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

Advertisment

ପ୍ରବଳ ବର୍ଷା ଯୋଗୁ ସୋନପ୍ରାୟାଗ ଏବଂ ଗୌରୀକୁଣ୍ଡରେ ପର୍ଯ୍ୟଟକମାନଙ୍କ ପାଇଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି। ପ୍ରବଳ ବର୍ଷା ହେବାର ଚେତାବନୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଅନାବଶ୍ୟକ ଭାବରେ ନିଜ ଘର ବାହାରକୁ ନ ବାହାରନ୍ତୁ।

ସେହିଭଳି ପଶ୍ଚିମ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶ, ବିହାର, ପଶ୍ଚିମ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଝାରଖଣ୍ଡ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, କୋଙ୍କଣ, ଗୋଆ, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉପକୂଳ କର୍ଣ୍ଣାଟକ ଏବଂ କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

Advertisment

ସେହିଭଳି ଦିଲ୍ଲୀର ଯମୁନା ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଇ ବିପଦ ସଂକେତ ଉପରେ ରହିଛି। ଆଜି ସକାଳେ ଯମୁନା ନଦୀର ଜଳ ସ୍ତର ୨୦୭.୧୪ ମିଟର ଥିବାବେଳେ ଏହାପୂର୍ବରୁ ୧୯୭୮ ମସିହାରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୨୦୭.୪୯ ମିଟର ରେକର୍ଡ କରାଯାଇଥିଲା। ଯାହା ଏବେ ଚିନ୍ତାର ବିଷୟ। ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଦିଲ୍ଲୀର ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ତେବେ ବନ୍ୟାକୁ ଦୃଷ୍ଟିରେ ରଖି ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ସେହିଭଳି ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶ ଓ ଏହାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମନାଲିରେ ଅନେକ ପର୍ଯ୍ୟଟକ ମାନେ ଫସି ରହିଛନ୍ତି। ଆଜି ବି ହିମାଚଳ ପ୍ରଦେଶରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସତର୍କତାମୂଳକ ଭାବରେ ବନ୍ଦ ରଖାଯାଇଛି। ହିମାଚଳ ପ୍ରଦେଶର ମଣ୍ଡୀ, କୁଲୁ ସମେତ ସାତଟି ଜିଲ୍ଲାରେ ପ୍ରବଳ ବର୍ଷା ଏବେବି ଜାରି ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ କହିବାନୁସାରେ, ଜୁନ୍ ୨୪ରେ ମୌସୁମୀ ବର୍ଷା ଆରମ୍ଭ ହେବାଠାରୁ ରାଜ୍ୟରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ରୁ ୧୦ ଜଣ ଲୋକ ନିଖୋଜ ଅଛନ୍ତି। ଏହା ସହିତ ୭୩ ଜଣଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୩୭୩ ଗାଈଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ସହିତ ବନ୍ୟା, ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶରେ ୭୬୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଏକ ସେତୁ ଭୁଶୁଡି ପଡିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି।

Flood Situation Uttarakhand Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe