Advertisment

ଆଜି ଯାତ୍ରାକୁ ବିରାମ ଦେବେ ରାହୁଲ ଗାନ୍ଧି

କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ।

Rahul Gandhi

Rahul Gandhi

Advertisment

କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ।  କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କନ୍ୟାକୁମାରୀଠାରୁ  ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଜମ୍ମୁ କଶ୍ମୀରରେ ସରିବ। ତେବେ କଶ୍ମୀରରେ ତୁସାରପାତ ଯୋଗୁ ଆଜି ସେଠାରେ ଯାତ୍ରା ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି ।  ଆଜି ଶେଷଦିନରେ କଂଗ୍ରେସ ପକ୍ଷରୁ କଶ୍ମୀରରେ ସେରି-ଇ-କଶ୍ମୀର କ୍ରିକେଟ ଷ୍ଟାଡିୟମରେ ଏକ ମେଗା ରାଲି ଆୟୋଜନ କରୁଛି କଂଗ୍ରେସ।  କନ୍ୟାକୁମାରୀ ଠାରୁ ୧୩୫ ଦିନ ଧରି ଚାଲିଥିବା ଏହି ବିରାଟ ପଦଯାତ୍ରାକୁ କଶ୍ମୀରରେ ଶକ୍ତି ପ୍ରଦର୍ଶଆନ କରି  ଅବସାନ ଘଟାଇବ କଂଗ୍ରେସ। ତେବେ ଆଜିର ମେଗା ରାଲିରେ ବହୁ କଂଗ୍ରେସ ନେର କର୍ମୀ ଯୋଗ ଦେବା ସହ ବହୁ ଦଳୀୟ ନେତା ମଧ୍ୟ ସାମିଲ ହେବା ନେଇ ଜଣାପଡ଼ିଛି। କିନ୍ତୁ ଶ୍ରୀନଗର-ଜମ୍ମୁ  ଜାତୀୟ ରାଜପଥରେ ତୁସାର ପାତ ହେଥିବାରୁ ଏହି ଯାତ୍ରା ପାଇଁ ବାଧା ସୃଷ୍ଟି କରିପାରେ। 

Advertisment

ଫଳରେ ରାହୁଲ ଗାନ୍ଧିଙ୍କ ସହ ଉଦ୍‌ଯାପନୀ ଯାତ୍ରାରେ ଅନେକ ବିରୋଧୀ ଦଳ ନେତା ସାମିଲ ହୋଇ ନପାରନ୍ତି। କ୍ରମାଗତ ତୁଷାରପାତ ଶ୍ରୀନଗରକୁ ବିମାନ ଉଡ଼ାଣରେ ବିଳମ୍ବ ହେଉଛି। ଭିସ୍ତାରା ଏୟାରଲାଇନ୍ସ ‌ତାର ଦୁଇଟି ଯାକ ବିମାନ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାତ୍ରାକୁ ରଦ୍ଦ କରିଛି। ଆଜିର ସମାରୋହରେ ଶ୍ରୀନଗରରେ କଂଗ୍ରେସ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ପରେ ଷ୍ଟାଡିୟମରେ ଏକ ରାଲି ହେବ। ଏହି କାର୍ଯ୍ୟ ପାଇଁ ୨୧ ଟି ଦଳକୁ ନିମନ୍ତ୍ରଣ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ କେତେକ ବିରୋଧୀ ଦଳ ଯୋଗ ଦେଉନାହାନ୍ତି। ସେହିପରି କଂଗ୍ରେସର ଏହି ନିମନ୍ତ୍ରଣକୁ ପରୋକ୍ଷରେ ଏକପ୍ରକାର ଟିଏମସି, ସମାଜବାଦୀ ପାର୍ଟି ଏବଂ ଟିଡିପି ପ୍ରତ୍ୟାଖାନ କରିଛନ୍ତି।

ସେମାନେ ଏକପ୍ରକାର ଏହି କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିନ୍ତି।  ତେବେ ଏଥିରେ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ, ଶରଦ ପାୱାରଙ୍କ ଏନସିପି, ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡି, ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍), ଉଦ୍ଧବ ଠାକରେଙ୍କ ଶିବସେନା, ସିପିଆଇ (ଏମ୍), ସିପିଆଇ, ବିଦୁଲାଇ ଚିରୁଥାଇଗାଲ କାଚି (ଭିସି), କେରଳ କଂଗ୍ରେସ, ଫାରୁକ୍ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ଜାମ୍ମୁ କଶ୍ମୀରର ନ୍ୟାସନାଲ କନଫରେନନ୍ସ ମେହବୁବା ମୁଫତିଙ୍କ ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଏବଂ ଶିବ ସୋରେନଙ୍କ ଜେଏମଏମ ଆଦି ଯୋଗ ଦେବା ନେଇ ସୂଚନା ମିଳିଛି। ଦେଶର ଦକ୍ଷିଣ ଭାଗ କନ୍ୟାକୁମାରୀରୁ ସେପ୍ଟେମ୍ବର ୭ ରେ ଆରମ୍ଭ ହୋଇ ଥିବା ଏହି ଯାତ୍ରା ଜାନୁଆରୀ ତଥା ଆଜି ଶ୍ରୀନଗରରେ ଶେଷ ହେବ। ରାହୁଲ ଗାନ୍ଧୀ ଯାତ୍ରା ସମୟରେ ୧୩ ଟି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଭାରତଯୋଡ଼ୋ ଯାତ୍ରା ସଫଳ ହୋଇଥିବା କଂଗ୍ରେସ କହିଛି। 

Advertisment
Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe