Advertisment

ରାସ୍ତାରେ କ୍ରାଶ ଲ୍ୟାଣ୍ଡିଂ କଲା ହେଲିକପ୍ଟର: ଚାର ଧାମ ରାସ୍ତାରେ ୪ର୍ଥ ଦୁର୍ଘଟଣା

ଆଜି ସକାଳେ ହେଲିକପ୍ଟରଟି ୫ ଜଣ ଶ୍ରଦ୍ଧାଳୁଙ୍କୁ ସିର୍ସି ହେଲିପ୍ୟାଡରୁ କେଦାରନାଥ ନେଉଥିଲା। ହେଲେ ଉଡ଼ାଣର କିଛି ମିନଟ ପରେ ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟରଟି ମଝି ରାସ୍ତାରେ ଲ୍ୟାଣ୍ଡ କରିଛି

Helicopter

Helicopter

Advertisment

ଅଳ୍ପକେ ଟଳିଛି ଗୋଟିଏ ବଡ଼ ଦୁର୍ଘଟଣା। କ୍ରାଶ ଲ୍ୟାଣ୍ଡିଂ ସତ୍ତ୍ୱେ ୫ ଜଣ ଶ୍ରଦ୍ଧାଳୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଫାଟା ଓ ଗୁପ୍ତକାଶୀ ନିକଟରେ ଥିବା ସିର୍ସି ହେଲିପ୍ୟାଡରୁ ଆଜି ଗୋଟିଏ ହେଲିକପ୍ଟର ଶ୍ରଦ୍ଧାଳୁଙ୍କୁ ଧରି କେଦାରନାଥ ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ଟେକ ଅଫର ମାତ୍ର କିଛି ସମୟ ପରେ ଏହା ରୁଦ୍ରପ୍ରୟାଗ ଜିଲ୍ଲାର ବାଦାସୁ ଅଞ୍ଚଳରେ କ୍ରାଶ ଲ୍ୟାଣ୍ଡିଂ କରିଛି। ଏହାକୁ ମିଶାଇ ୩୦ ଦିନ ମଧ୍ୟରେ ଚାର ଧାମ ରୁଟରେ ୪ର୍ଥ ଥର ପାଇଁ କୌଣସି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

Advertisment

ଆଜି ସକାଳେ ହେଲିକପ୍ଟରଟି ୫ ଜଣ ଶ୍ରଦ୍ଧାଳୁଙ୍କୁ ସିର୍ସି ହେଲିପ୍ୟାଡରୁ କେଦାରନାଥ ନେଉଥିଲା। ହେଲେ ଉଡ଼ାଣର କିଛି ମିନଟ ପରେ ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟରଟି ମଝି ରାସ୍ତାରେ ଲ୍ୟାଣ୍ଡ କରିଛି। ଏଥିଯୋଗୁ ହେଲିକପ୍ଟରର ପଛ ପାର୍ଶ୍ୱ ଭାଙ୍ଗି ଯାଇଛି। ସେହିପରି ରାସ୍ତାରେ ରହିଥିବା ଗୋଟିଏ କାର ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି। ହେଲିକପ୍ଟରର ପଛ ଭାଗ ଭାଙ୍ଗି ଯାଇଥିଲେ ହେଁ ଏଥିରେ ଥିବା ୫ ଜଣ ସଂପୂର୍ଣ୍ଣ ସୁରକ୍ଷିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପ୍ରଶାସନ କହିଛି ଯେ ହେଲିକପ୍ଟରଟି ସୁରକ୍ଷା ଦୃଷ୍ଟିରୁ ରାସ୍ତାରେ ଜରୁରୀ ଅବତରଣ କରିଥିବା ୟୁସିଏଡିଏ ସିଇଓ ସୂଚିତ କରିଛନ୍ତି। ହେଲିପ୍ୟାଡ ବଦଳରେ ଏହା ମଝି ରାସ୍ତାରେ ଲ୍ୟାଣ୍ଡ କରିଥିଲେ ହେଁ କେହି ବି ମୃତାହତ ହୋଇ ନାହାନ୍ତି। ଡିଜିସିଏକୁ ଏସମ୍ପର୍କରେ ଅବଗତ କରାଯାଇଛି। ଏହି ଘଟଣା ପରେ ମଧ୍ୟ ସବୁ କିଛି ସ୍ୱାଭାବିକ ଢଙ୍ଗରେ ଚାଲିଥିବା ସ୍ପଷ୍ଟ କରିଛି।

Advertisment

ପ୍ରଶାସନର କହିବା କଥା ଯେ ଉତ୍ତରାଖଣ୍ଡର ଗୁପ୍ତକାଶୀର ମଝି ରାସ୍ତାରେ ହେଲିକପ୍ଟରଟି ଜରୁରୀ ଅବତର କରିଥିଲା। ଜରୁରୀ ଅବତର ବେଳେ ହେଲିକପ୍ଟରର ପଛ ଭାଗ ରାସ୍ତାରେ ଥିବା କାରରେ ପିଟି ହୋଇଯାଇଥିଲା। ସମସ୍ତ ୫ ଶ୍ରଦ୍ଧାଳୁ ସୁରକ୍ଷିତ ରହିଥିବେ ବେଳେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଦିନ ୧୨.୫୨ରେ ଘଟିଛି।

ସିର୍ସି ହେଲିପ୍ୟାଡରୁ ହେଲିକପ୍ଟରଟି ଉଡ଼ାଣ ଭରିବା କ୍ଷଣି ପାଇଲଟ ଆରପିଏସ୍‌ ସୋଢ଼ି ବୈଷୟିକ ତ୍ରୁଟିକୁ ଅନୁଭବ କରିଥିଲେ। ସେ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇବାରୁ ଏହାକୁ ବାଧ୍ୟ ହୋଇ ମଝି ରାସ୍ତାରେ ଲ୍ୟାଣ୍ଡ କରାଇଥିଲେ। ତାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ ଅଘଟଣ ଟଳି ଯାଇଛି। 

ମେ’ ୮ରେ ଗଙ୍ଗୋତ୍ରୀ ନିକଟରେ ହୋଇଥିବେ ହେଲିକପ୍ଟର କ୍ରାଶରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମେ’ ୧୨ରେ ବଦ୍ରିନାଥ ହେଲିପ୍ୟାଡରେ ଗୋଟିଏ ହେଲିକପ୍ଟରର ବ୍ଲେଡ ସେଠାରେ ଥିବା ଗାଡ଼ିରେ ପିଟି ହୋଇଥିଲା। କିନ୍ତୁ କୌଣସି ବଡ଼ ଅଘଟଣ ଘଟି ନଥିଲା। ମେ’ ୧୭ ତାରିଖ ଦିନ ୧୧.୫୦ରେ କେଦାରନାଥ ଅଞ୍ଚଳରେ ଗୋଟିଏ ଏୟାର ଆମ୍ବୁଲାନ୍ସ ଲ୍ୟାଣ୍ଡ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କିନ୍ତୁ ହେଲିକପ୍ଟରରେ ଥିବା ପାଇଲଟ, ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

Uttarakhand Helicopter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe