Advertisment

ଅଯୋଧ୍ୟାରୁ ଆରମ୍ଭ ହେଲା ହେଲିକପ୍ଟର ସେବା

ଏକାଥରକେ ୮ ଜଣ ପର୍ଯ୍ୟଟକ ହେଲିକପ୍ଟରରେ ଯାତ୍ରା କରିପାରିବେ।

Ayodhya-temple-helicopter-service

Ayodhya-temple-helicopter-service

Advertisment

ରାମ ନବମୀ ଅବସରରେ ପର୍ଯ୍ୟଟକଙ୍କୁ ବଡ଼ ଭେଟି। ଅଯୋଧ୍ୟାରୁ ଆରମ୍ଭ ହେଲା ହେଲିକପ୍ଟର ସେବା। ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ହେଲିକପ୍ଟର ସେବା ଆରମ୍ଭ କରାଯାଇଛି। ସକାଳୁ ସକାଳୁ ହେଲିକପ୍ଟରର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ପର୍ଯ୍ୟଟକଙ୍କୁ ନେଇ ଏହା ଉଡ଼ାଣ ଭରିଛି। 

Advertisment

ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଯାତ୍ରା ଉଡାଣ ଭରିଛି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ। ଅଯୋଧ୍ୟାର ସରଜୁ ନଦୀ କୂଳରେ ଉଡାଣ ଭରି ସୁନ୍ଦରତା ଉପଭୋଗ କରିପାରିବେ ପର୍ଯ୍ୟଟକ। ଆକାଶ ଉପରୁ ପର୍ଯ୍ୟଟକ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ। 

ଏଥିଲାଗି ପ୍ରତି ପର୍ଯ୍ୟଟକଙ୍କ ଲାଗି ୩ ହଜାର ଟଙ୍କା ଟିକେଟ ରହିଛି। ହେଲିକପ୍ଟର ଯାତ୍ରା ୭ରୁ ୮ ମିନିଟ ରହିବ। ଏକାଥରକେ ୮ ଜଣ ପର୍ଯ୍ୟଟକ ହେଲିକପ୍ଟରରେ ଯାତ୍ରା କରିପାରିବେ। ରାମ ନବମୀ ଅବସରରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି।

Advertisment
Ram Navami Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe