ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଖାତରେ ଖସି ପଡ଼ିଲା ହେଲିକପ୍ଟର। ସେହି ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହିତ ୫ ଜଣ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ଯାତ୍ରୀମାନେ କେଦାରନାଥ ଧାମକୁ ହେଲିକପ୍ଟରରେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।
ହେଲିପ୍ୟାଡରୁ ମାତ୍ର ୧୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ ହେଲିକପ୍ଟରଟିକୁ କେଦାରନାଥରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ହେଲିପ୍ୟାଡରେ ଲ୍ୟାଣ୍ଡ କରି ନ ପାରି ତା’ ନିକଟରେ ଥିବା ଏକ ଖାତରେ ଖସିପଡ଼ିଥିଲା ।
Also Read
ଏହା ପରେ ଆଖପାଖରେ ଥିବା ଲୋକେ ଭୟଭୀତ ହୋଇ ଦୌଡ଼ାଦୌଡି ଆରମ୍ଭ କରିଥିଲେ। ତୁରନ୍ତ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି।
ଗତ ୧୦ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ବହୁ ଯାତ୍ରୀ ହେଲିକପ୍ଟର ସାହାଯ୍ୟରେ ଦର୍ଶନ ନିମନ୍ତେ ଯାଉଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।