Advertisment

ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟରର ଜରୁରୀ ଅବତରଣ

ମୁଖ୍ୟମନ୍ତ୍ରୀ ସୁଖୁ ଯାଉଥିବା ହେଲିକପ୍ଟରଟି ଜେଏସଡବ୍ଲ୍ୟୁ କମ୍ପନୀ ପରିସରରେ ଅବତରଣ କରିବାର ଥିଲା।

author-image
Hemant Lenka
HP

HP

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ନେଇ ଯାଉଥିବା ହେଲିକପ୍ଟର ରାମପୁରର ଭିଠାଲରେ ଜରୁରିକାଳୀନ ଅବତରଣ କରିଛି। ହେଲିକପ୍ଟର୍‌ରେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ବ୍ୟତୀତ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେସ ସିଚିବ ମଧ୍ୟ ରହିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ସୁଖୁ ଯାଉଥିବା ହେଲିକପ୍ଟରଟି ଜେଏସଡବ୍ଲ୍ୟୁ କମ୍ପନୀ ପରିସରରେ ଅବତରଣ କରିବାର ଥିଲା। ଏଥିପାଇଁ ସ୍ୱତନ୍ତ୍ର ଭାବେ ହେଲିପ୍ୟାଡ ମଧ୍ୟ ତିଆରି କରାଯାଇଥିଲା। ହେଲିକପ୍ଟରଟି ସେହି ଦିଗରେ ଯାଉଥିବା ବେଳେ ହଠାତ୍‌ ଏହା ଅବତରଣ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲା।

ହେଲିକପ୍ଟରଟି ଦୋହଲିବା ମଧ୍ୟ ଆରମ୍ଭ କରିଥିଲା। କିନ୍ତୁ ଏହାର ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ଆଦୌ ବିଚଳିତ ନ ହେବାକୁ କହିଥିଲେ। ଏହାପରେ ଧାର୍ଯ୍ୟ ହେଲିପ୍ୟାଡ ଠାରୁ ୫୦୦ ମିଟର ଦୂରରେ ଥିବା ଗୋଟିଏ ପଡ଼ିଆରେ ଏହାକୁ ଜରୁରୀ ଅବତରଣ କରାଇଥିଲେ।

Advertisment

ହେଲିକପ୍ଟରର ତ୍ରୁଟି ସମ୍ପର୍କରେ ଜଣାପଡ଼ିନି। କିନ୍ତୁ ପାଇଲଟଙ୍କ ଯୋଗୁ ମୁଖ୍ୟମନ୍ତ୍ରୀ ସୁଖୁ ଓ ଅନ୍ୟମାନେ ସୁରକ୍ଷିତ ଅବତରଣ କରିବାକୁ ସକ୍ଷମ ହୋଇଛନ୍ତି।

Himachal Pradesh