Advertisment

‘କେବଳ ଖଡଗେ ନୁହନ୍ତି, ଅମିତ ଶାହ ଓ ଜେପି ନଡ୍ଡାଙ୍କ ହେଲିକପ୍ଟର ବି ଯାଞ୍ଚ ହୋଇଛି’

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ହେଲିକପ୍ଟର ଯାଞ୍ଚକୁ ନେଇ କଂଗ୍ରେସର ଅଭିଯୋଗ ଉପରେ ସ୍ପଷ୍ଟିକରଣ ରଖିଛନ୍ତି ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ।

raid on Helicopter

raid on Helicopter

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ହେଲିକପ୍ଟର ଯାଞ୍ଚକୁ ନେଇ କଂଗ୍ରେସର ଅଭିଯୋଗ ଉପରେ ସ୍ପଷ୍ଟିକରଣ ରଖିଛନ୍ତି ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଅଧିକାରୀ କେବଳ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍‌ କରି ସେମାନଙ୍କ ହେଲିକପ୍ଟର ଯାଞ୍ଚ କରୁଥିବା ଅଭିଯୋଗ କରିଥିଲା କଂଗ୍ରେସ। ମାତ୍ର ଏପରି ଅଭିଯୋଗକୁ ଏଡ଼ାଇ ଯାଇଛନ୍ତି ବିହାର ନିର୍ବାନଚ ଅଧିକାରୀ।

Advertisment

ଏନେଇ ସେ କହିଛନ୍ତି, ଏହା ଏକ ନିୟମିତ ପ୍ରକ୍ରିୟା । ଖଡଗେଙ୍କ ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ହେଲିପକ୍ଟରର ବି ତଲାସୀ ନିଆଯାଇଛି।

ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସୋଶାଲ ମିଡିଆ ପୋଷ୍ଟ କରି କହିଛନ୍ତି, ଟାର୍ଗେଟ କରି ଏକ ରାଷ୍ଟ୍ରୀୟ ପାର୍ଟିର ନେତାଙ୍କ ହେଲିକପ୍ଟର ଯାଞ୍ଚ କରାଯିବା ଅଭିଯୋଗ ଆରୋପ ସମ୍ପୂର୍ଣ୍ଣ ନିରାଧାର । ଏହା ଏକ ନିୟମିତ ପ୍ରକ୍ରିୟା । ଏଥିରେ ସେ ଖଡଗେ କିମ୍ବା କଂଗ୍ରେସ ନାମ ଉଲ୍ଲେଖ କରି ନାହାନ୍ତି। ଶାହ ଓ ନଡ୍ଡା ଗତ ମାସ ବିହାର ଆସିଥିବା ବେଳେ ସେମାନଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ କରାଯାଇଥିଲା ବୋଲି ବି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Advertisment

ବିହାରର ସମସ୍ତିପୁର ଓ ମୁଜଫରପୁରରେ ଲୋକସଭା ନିର୍ବାଚନ ପାଇଁ ରାଲି କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିଲା। ନିର୍ବାଚନ ଅଧିକାରୀ କେବଳ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍‌ କରି ଏପରି ଯାଞ୍ଚ କରୁଥିବା କଂଗ୍ରେସ ଅଭିଯୋଗ ଆଣିଥିଲା।

କଂଗ୍ରେସ ନେତା ରାଜେଶ ରାଠୋର୍‌ ଅଭିଯୋଗ କରିଥିଲେ, ପ୍ରଥମେ କେରଳରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିଲା ଏବଂ ବିହାରର ସମସ୍ତିପୁରରେ ଦଳର ସଭାପତି ଖଡଗେ ହେଲିକପ୍ଟର ଯାଞ୍ଚ କରାଗଲା।

ପ୍ରତିଦିନ କେବଳ କଂଗ୍ରେସ ନେତାଙ୍କ ହେଲିକପ୍ଟରର ଏଭଳି ଯାଞ୍ଚ କରାଯାଉଛି। ଏନଡିଏର ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ସମାନ ଯାଞ୍ଚ କରାଯାଇଥିଲା କି ନାହିଁ ତାହା ନିର୍ବାଚନ ଆୟୋଗ (ଇସି) ସ୍ପଷ୍ଟ କରିବା ଉଚିତ। ନିର୍ବାଚନ କମିଶନ ଏଭଳି ସମସ୍ତ ରେକର୍ଡକୁ ସାର୍ବଜନୀନ କରିବା ଉଚିତ୍ ବୋଲି ରାଠୋର୍‌ ଦାବି ଜଣାଇଥିଲେ। ଏହାପରେ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପୋଷ୍ଟ ସାମନାକୁ ଆସିଛି।

Helicopter Check 2024 General Election Congress Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe