Advertisment

ଆଜି ଶପଥ ନେବେ ହେମନ୍ତ ସୋରେନ୍‌

ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

author-image
Madhupriya Mistry
Hemant Soren

Hemant Soren

ଆଜି ଶପଥ ନେବେ ଜେଏମ୍‌ଏମ୍‌ ମୁଖ୍ୟ ହେମନ୍ତ ସୋରେନ୍‌। ସେ ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଞ୍ଚିର ମୋରହାବାଦୀ ପଡ଼ିଆରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ। ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

Advertisment

ଶପଥ ସମାରୋହରେ ‘ଇଣ୍ଡି’ ମେଣ୍ଟର ବହୁ ବରିଷ୍ଠ ନେତା ସାମିଲ ହେବେ। ଅଦ୍ୟାବଧି ୧୦ଟି ପାର୍ଟିର ୧୮ ଜଣ ବରିଷ୍ଠ ନେତା ସମାରୋହକୁ ଆସିବାକୁ ସହମତି ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧୀ, ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ଶରଦ ପାୱାର, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ, ଆପ୍‌ ଆବାହକ ଅରବିନ୍ଦ କେଜରିୱାଲ, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ସାମିଲ ହେବା ନେଇ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ଏକାକୀ ଶପଥ ନେବେ ଜେଏମଏମ ମୁଖ୍ୟ। ପରେ ଝାଡ଼ଖଣ୍ଡ ମନ୍ତ୍ରିମଣ୍ଡଳ ବିସ୍ତାର ହେବ। ଏପର୍ଯ୍ୟନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହଯୋଗୀ କଂଗ୍ରେସ ତରଫରୁ କୌଣସି ମନ୍ତ୍ରୀଙ୍କ ତାଲିକା ଗ୍ରହଣ କରି ନାହିଁ।

Advertisment

ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଏହା ଚତୁର୍ଥ କାର୍ଯ୍ୟକାଳ ହେବ। ଶପଥ ଉତ୍ସବ ପୂର୍ବରୁ ସେ ନିଜ ଜେଜେ ବାପାଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ମାଲ୍ୟାର୍ପଣ କରିବା ସହିତ ଆଶୀର୍ବାଦ ନେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ପଦ ବ୍ୟତୀତ ଛଅ ମନ୍ତ୍ରୀ ପଦ ମିଳିବା ଆଶା ରହିଛି। ସେହିପରି କଗ୍ରେସକୁ ଚାରି ଓ ତେଜସ୍ୱୀ ଯାଦବଙ୍କ ଆର୍‌ଜେଡିକୁ ଗୋଟିଏ ମନ୍ତ୍ରୀ ପଦ ମିଳିପାରେ।

ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଗାମଲିୟାଲ ହେମ୍ବ୍ରମଙ୍କୁ ସେ ୩୯,୭୯୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ମୋଟ୍ ୮୧ ବିଧାନସଭା ଆସନରୁ ୫୬ ଆସନ ବିଜୟୀ ହୋଇଛି। ବିଜେପି ନେତୃତ୍ୱାଧୀନ ଏନଡିଏକୁ ମିଳିଛି ମାତ୍ର ୨୪ ଆସନ।

Jharkhand Hemant Soren Hemant Soren's Oath