Advertisment

ହେମନ୍ତ ସୋରେନଙ୍କୁ ବାନ୍ଧିଲା ଇଡି

ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ।

ଅଦ୍ୟତନ ହୋଇଛି
ED

ED

Advertisment

ଜମି ଦୁର୍ନୀତୀ ମାମଲାରେ ଶେଷରେ ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡି। ଜମି ଦୁର୍ନୀତି ମାମଲାରେ ଆଜି ଇଡି ତାଙ୍କୁ ଦୀର୍ଘ ୫ ଘଣ୍ଟାରରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଛି।

Advertisment

ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଇଡି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିବା ଘୋଷଣା କରିଛି।

ସୋମବାର ଇଡି ପକ୍ଷରୁ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଇଡିର ଅଧିକାରୀମାନେ ରେଡ କରିଥିଲେ। ରେଡ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ମିଳିଥିଲା। ସେହିପରି ବାସଭବନରେ ଥିବା ଦାମୀ BMW କାରକୁ ମଧ୍ୟ ଇଡି ଜବତ କରିଥିଲା। ଇଡି ହେମନ୍ତ ସୋରେନଙ୍କୁ ଜେରା ପାଇଁ ଡାକିଥିଲେ ମଧ୍ୟ ସେ ୪୦ ଘଣ୍ଟା ଧରି ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲେ।

Advertisment

ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିଥିଲେ ହେଁ ସେଠାରୁ କାର ଯୋଗେ ଅତ୍ୟନ୍ତ ଗୋପନ ଭାବେ ଝାରଖଣ୍ଡରେ ପହଞ୍ଚି ଯାଇଥିଲେ। ୪୦ ଘଣ୍ଟା ପରେ ସେ କ୍ୟାମେରା ସାମ୍ନାକୁ ଆସିଥିଲେ। ହେମନ୍ତ ସୋରେନଙ୍କ ପତ୍ତା ମିଳିବା ପରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଇଡିର ଅଧିକାରୀମାନେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।

ଏହାପରେ ତାଙ୍କୁ ସେଠାରେ ଜେରା ଆରମ୍ଭ ହୋଇଥିଲା। ଜେରା ବେଳେ ହେମନ୍ତ ସୋରେନ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଫଳରେ ଇଡି ତାଙ୍କୁ ନିଜ ହେପାଜତକୁ ନେଇଥିଲା। ଇଡି ହେପାଜତରେ ଥିବା ବେଳେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ ଇଡି ଗିରଫ କରିଛି।

ଆଜି ସେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। କିନ୍ତୁ ତାଙ୍କ ନାଁ ବେଆଇନ ଖଣି ଖନନ ଓ କୋଇଲା ଘୋଟାଲା ଭଳି ମାମଲା ମଧ୍ୟ ରହିଛି। ଏହି ମାମଲାର ତଦନ୍ତ ମଧ୍ୟ ଉଭୟ ଇଡି ଓ ସିବିଆଇ କରୁଛନ୍ତି। ଦୁଇ ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସକ୍ରିୟ ଭୂମିକା ଥିବା ପ୍ରମାଣ ଇଡି ହାତରେ ଲାଗିଛି। ତେଣୁ ଆଗକୁ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିବ ବୋଲି କୁହାଯାଉଛି।

Jharkhand Hemant Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe