Advertisment

ହେମନ୍ତ ସୋରେନଙ୍କ ଦିଲ୍ଲୀ ଘରେ ପଶିଲା ଇଡି; ଚାରି ପଟୁ ଘେରି ରହିଛି ପୁଲିସ୍‌

ଇଡି ଦ୍ୱାରା ସମନ ଜାରି ପରେ ହେମନ୍ତ ସୋରେନ ଦିଲ୍ଲୀ ପଳାଇଥିଲେ। ଏହାପରେ ଆଜି ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପଶିଛି ଇଡି । ତେଣୁ ଆଜି ତାଙ୍କ ଗିରଫଦାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Hemant Soren

Hemant Soren

ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଘରେ ପଶିଲା ଇଡି ଟିମ୍‌ । ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଇଡି ଟିମ୍‌ ସହ ଦିଲ୍ଲୀ ପୁଲିସ୍‌ ବି ପଶିଛି।

Advertisment

ସୋରେନ ଦକ୍ଷିଣ ଦିଲ୍ଲୀ ଅଞ୍ଚଳ ସ୍ଥିତ ନିଜ ଘର ଶାନ୍ତି ନିକେତନରେ ଥିବା ସୂଚନା ପାଇ ଆଜି ଇଡି ଟିମ୍‌ ସେଠାରେ ପଶିଛି। ଏହି ସମୟରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ତେଣୁ ଆଜି ତାଙ୍କ ଗିରଫଦାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଜମି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କିଛି ଦିନ ପୂର୍ବରୁ ଦଶମ ସମନ ଜାରି ହୋଇଥିଲା। ତାଙ୍କୁ ୨୯ରୁ ୩୧ ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ହେମନ୍ତ ସୋରେନ ହାଜର ନ ହେଲେ ଇଡି ଟିମ୍‌ ତାଙ୍କୁ ପଚରାଉଚରା ପାଇଁ ପହଞ୍ଚିବ ବୋଲି କୁହାଯାଇଥିଲା।

Advertisment

ଇଡି ଦ୍ୱାରା ସମନ ଜାରି ପରେ ହେମନ୍ତ ସୋରେନ ଦିଲ୍ଲୀ ପଳାଇଥିଲେ। ଏହାପରେ ଆଜି ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପଶିଛି ଇଡି ।

ସାତ ଥର କାଳ ସମନ କରିବା ପରେ ମଧ୍ୟ ହେମନ୍ତ ସୋରେନ୍‌ ଇଡିରେ ହାଜର ହୋଇନଥିବାରୁ ଗତ ୨୦ ତାରିଖରେ ଖୋଦ୍‌ ଇଡିର ଅଧିକାରୀମାନେ ତାଙ୍କ ରାଞ୍ଚିସ୍ଥିତ ବାସଭବନରେ ପଶିଥିଲେ। ଉକ୍ତ ଦିନ ସୋରେନଙ୍କୁ ପ୍ରାୟ ୮ ଘଣ୍ଟା ପାଖାପାଖି ପଚରାଉଚରା କରାଯାଇଥିବା ବେଳେ ଜେରା କିନ୍ତୁ ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ଏହାପରେ ପୁଣି ଥରେ ସୋରେନଙ୍କୁ ସମନ ଜାରି କରାଯାଇଥିଲା।

ଏହାପରେ ହେମନ୍ତ ସୋରେନଙ୍କୁ ଜାନୁୟାରୀ ୨୭ରୁ ୩୧ ମଧ୍ୟରେ ହାସଲ ହେବାକୁ ସମନ ଜାରି କରାଯାଇଥିଲା। ମାତ୍ରଏନେଇ ସୋରେନଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ତାଙ୍କୁ ହାଜର ହେବା ନିମନ୍ତେ ୨୯ରୁ ୩୧ ମଧ୍ୟରେ ତାରିଖ ସ୍ଥିର କରିବାକୁ କୁହାଯାଇଥିଲା। ଏହାପରେ ଆଜି ତାଙ୍କ ଦିଲ୍ଲୀ ବାସଭବନରେ ପଶିଛି ଇଡି ଟିମ୍‌ ।

ବାରମ୍ବାର ଇଡି ସମନ ଆସୁଥିବା ଘଟଣାକୁ ନେଇ ସୋରେନ ବିଜେପିକୁ ଟାର୍ଗେଟ କରିଛନ୍ତି। ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ବାରମ୍ବାର ଏହି ସମନ ପଠାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଗତ ବର୍ଷଠୁ ଇଡି ରାଞ୍ଚିରେ ହୋଇଥିବା ଶହେ କୋଟିର ଜମି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ବେଳେ ଏହି ମାମଲାରେ ୧୪ ଜଣଙ୍କ ଗିରଫଦାରୀ ହୋଇ ସାରିଛି।

ED Raid Jharkhand