Advertisment

ଇଡି ବିରୋଧରେ ଏଫଆଇଆର ଦେଲେ ହେମନ୍ତ ସୋରେନ୍‌

ରାଞ୍ଚିର ଏସ୍‌ପି ଚନ୍ଦନ କୁମାର ସିହ୍ନା କହିଛନ୍ତି, “ଇଡିର କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ହୋଇଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆପ୍ଲିକେସନ ପାଇଛୁ।”

JMM

JMM

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାର ସମ୍ମୁଖୀନ ହେଉଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ଆଜି ସେ ଇଡି ବିରୋଧରେ ଏଫଆଇଆର ଦେଇଛନ୍ତି। ଏସ୍‌ସି/ଏସ୍‌ଟି ଆକ୍ଟ ଅନୁସାରେ ସେ ମାମଲା ରୁଜୁ କରିବାକୁ କହିଛନ୍ତି।

Advertisment

ରାଞ୍ଚିରେ ଥିବା ଏସ୍‌ସି/ଏସ୍‌ଟି ପୁଲିସ୍‌ ଷ୍ଟେସନରେ ସେ ଅଭିଯୋଗ ଦାଖଲ କରିଛନ୍ତି। ସୋମବାର ଦିଲ୍ଲୀ ସ୍ଥିତ ସୋରେନଙ୍କ ବାସଭବନରେ ଇଡି ରେଡ କରିଥିଲା। କେବଳ ଜଣେ ଆଦିବାସୀଙ୍କୁ ହଇରାଣ କରିବା ପାଇଁ ଇଡି ଏପରି ରେଡ କରିଥିବା ହେମନ୍ତ ସୋରେନ ତାଙ୍କ ଅଭିଯୋଗରେ କହିଛନ୍ତି। ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନୁସୂଚିତ ଜନଜାତି ସଂପ୍ରଦାୟରୁ ଆସିଛନ୍ତି।

ରାଞ୍ଚିର ଏସ୍‌ପି ଚନ୍ଦନ କୁମାର ସିହ୍ନା କହିଛନ୍ତି, “ଇଡିର କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ହୋଇଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆପ୍ଲିକେସନ ପାଇଛୁ।”

Advertisment

ଆଜି ଇଡିର ଅଧିକାରୀମାନେ ହେମନ୍ତ ସୋରେନଙ୍କୁ ତାଙ୍କ ରାଞ୍ଚି ସ୍ଥିତ ବାସଭବନରେ ଜେରା କରୁଛନ୍ତି। ଜମି ଦୁର୍ନୀତି ମାମଲାରେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଜେରା କରାଯାଉଛି।

ସମ୍ଭବତଃ ତାଙ୍କୁ ଇଡି ଖୁବଶୀଘ୍ର ଗିରଫ କରିପାରେ। ନିକଟରେ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡି ରେଡ କରି ୩୬ ଲକ୍ଷ ଟଙ୍କା ଓ ଦାମୀ କାର ମଧ୍ୟ ଜବତ କରିଥିଲା। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଜେରା କରୁଥିବାରୁ ଏହାକୁ ନେଇ ରାଜନୀତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଛି।

ED Raid Jharkhand Hemant Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe