Advertisment

ଆଜି ସୋରେନ୍‌ଙ୍କୁ ପଚରାଉଚରା କରିପାରେ ଇଡି, ବଢ଼ିଲା ଗିରଫଦାରୀ ଆଶଙ୍କା

ହେମନ୍ତଙ୍କ ଦିଲ୍ଲୀସ୍ଥିତ ଶାନ୍ତି ନିକେତନ ବାସଭବନରେ ରେଡ୍ କରି ଇଡି ଗତକାଲି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡି ଜବତ କରିଥିଲା।

author-image
Niharika Rout
Hemant Soren

Hemant Soren

ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡି ଜେରାର ସମ୍ମୁଖୀନ ହୋଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ହେମନ୍ତଙ୍କ ଦିଲ୍ଲୀସ୍ଥିତ ଶାନ୍ତି ନିକେତନ ବାସଭବନରେ ରେଡ୍ କରି ଇଡି ଗତକାଲି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡି ଜବତ କରିଥିଲା। ଏହାପରେ ତାଙ୍କ ଗିରଫଦାରୀ ଆଶଙ୍କା ବଢ଼ି ଯାଇଛି।

Advertisment

ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ। ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ଶେଷ ସୁଯୋଗ ଦେଇଥିଲା । ହେଲେ ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ଏହାପରେ ଆଜି ରାଞ୍ଚିସ୍ଥିତ ନିଜ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ। ଗତ ୨୦ରେ ମଧ୍ୟ ରାଞ୍ଚିସ୍ଥିତ ବାସଭବନରେ ହେମନ୍ତଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି।

ଦିଲ୍ଲୀରୁ ଗତ ୨୯ ତାରିଖରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ଗତକାଲି ରାଞ୍ଚିରେ ପ୍ରକଟ ହୋଇଥିଲେ। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ହେମନ୍ତ ସୋରେନ୍‌ ରାଞ୍ଚିରେ ପହଞ୍ଚିଥିଲେ। ଏହାପରେ ସେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ନିଜ ବାସଭବନରେ ବୈଠକ କରିଥିଲେ। । ଏଠାରେ ପହଞ୍ଚିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବୈଠକ କରିଛନ୍ତି। ଉକ୍ତ ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ) ର ବିଧାୟକମାନେ ଅଂଶଗ୍ରହଣ କରିଥିଲେ।

Advertisment

ସେପଟେ ଆର୍ଥିକ ଅନିୟମିତତା ମାମଲାରେ ଯଦି ହେମନ୍ତ ସୋରେନ ଇଡି ଦ୍ୱାରା ଗିରଫ ହୁଅନ୍ତି, ତେବେ ସେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାର ସବୁ ବନ୍ଦୋବସ୍ତ କରାଇ ସାରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Jharkhand Hemant Soren