Advertisment

ମୋଦିଙ୍କୁ ଭେଟିଲେ ହେମନ୍ତ ସୋରେନ, ୩ ବର୍ଷ ପରେ ହେଲା ଦେଖାସାକ୍ଷାତ

ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟ ନେତାଙ୍କ ମଧ୍ୟରେ ଔପଚାରିକ ସାକ୍ଷାତ,ଆଲୋଚନା ହୋଇଛି। ପ୍ରାୟ ୩ ବର୍ଷ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ।

Hemant Soren & PM Modi

Hemant Soren & PM Modi

Advertisment

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ହେମନ୍ତ ସୋରେନ । ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟ ନେତାଙ୍କ ମଧ୍ୟରେ ଔପଚାରିକ ସାକ୍ଷାତ,ଆଲୋଚନା ହୋଇଛି। ପ୍ରାୟ ୩ ବର୍ଷ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ।

Advertisment

ଏହାର ଫଟୋ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋଶାଲ ମିଡିଆ ଆକାଉଣ୍ଟରେ ଅପଲୋଡ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନି। ତେବେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। 

ଜମି ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ ଗତ ଜୁନ୍‌ ୨୮ରେ ହେମନ୍ତ ସୋରେନ ଜେଲ୍‌ରୁ ମୁକୁଳିଥିଲେ। ଏହାରେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ସେ ପ୍ରଥମ ଥର ପାଇଁ ମୋଦିଙ୍କୁ ଭେଟିଥିବା ବେଳେ ଝାଡ଼ଖଣ୍ଡର ବିକାଶ ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାଯାଇଛି। ଏହି ସମୟରେ ଝାଡ଼ଖଣ୍ଡ ବିକାଶ ନିମନ୍ତେ ସେ କେନ୍ଦ୍ର ନିକଟରୁ ପାଣ୍ଠି ଦାବି କରିଥିବା ଚର୍ଚ୍ଚା ହେଉଛି।

Advertisment

ଚଳିତ ବର୍ଷ ଶେଷକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେବ । ତେଣୁ ପୁଣି ଥରେ ଲୋକଙ୍କ ଆସ୍ଥା ଭାଜନ ହେବା ନିମନ୍ତେ ଏବେ ହେମନ୍ତ ସୋରେନ ରାଜ୍ୟ ପାଇଁ ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଖୁବ୍‌ ଆଗ୍ରହୀ ଥିବା ଜଣାଯାଇଛି। ଏଥିନିମନ୍ତେ ପାଣ୍ଠିର ଆବଶ୍ୟକତା ଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଜଣାଇଥିବା ରାଜନୈତିକ ବିଶ୍ଳେଷକ ମତ ରଖିଛନ୍ତି। 

ନିଜ ୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ହେମନ୍ତ ସୋରେନ ସୋନିଆ ଗାନ୍ଧି ଓ ଆବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଥିବା ଜଣାଯାଇଛି। ଏହି ସମୟରେ ହେମନ୍ତ ସୋରେନଙ୍କ ସହ ପତ୍ନୀ କଳ୍ପନା ସୋରେନ ବି ଉପସ୍ଥିତ ଥିଲେ। ଆଜି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବି ସାକ୍ଷାତ କରିବେ ବୋଲି ଜଣାଯାଇଛି। ଦିଲ୍ଲୀ ଆସିବା ପୂର୍ବରୁ ହେମନ୍ତ ସୋରେନ ସପତ୍ନୀକ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାଯାଇଛି।

Delhi PM Modi Hemant Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe