Advertisment

୨୬ରେ ଶପଥ ନେବେ ହେମନ୍ତ ସୋରେନ୍‌

ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ଦାବି କରିବେ।

author-image
Madhupriya Mistry
Hemant Soren

Hemant Soren

ଝାଡ଼ଖଣ୍ଡରେ ପୁଣି ବାଜି ମାରିଛି ଜେଏମ୍‌ଏମ୍‌ ସରକାର। ବିଧାନସଭା ନିର୍ବାଚନରେ ବିପୁଳ ଭୋଟ୍‌ରେ ହୋଇଛି ବିଜୟୀ। ପୁନର୍ବାର ବିଜୟ ପରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

ସୂଚନା ମୁତାବକ, ଆସନ୍ତା ନଭେମ୍ବର ୨୬ରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍‌। ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ୍ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ଦାବି କରିବେ।

ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟତୀତ ଜେଏମଏମ କୋଟାରୁ ୬ଜଣ, କଂଗ୍ରେସ କୋଟାରୁ ୪ ଜଣ ଏବଂ ଆରଜେଡି କୋଟାରୁ ଜଣେ ମନ୍ତ୍ରୀ ରହିବେ। ୨୬ ନଭେମ୍ବରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

Advertisment

ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହରେ I.N.D.I.A. ମିଳିତ ମଞ୍ଚରେ ଜଡିତ ଦଳର ବଡ଼ ବଡ଼ ନେତାମାନେ ଏଥିରେ ସାମିଲ ହେବେ। ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହରେ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇପାରନ୍ତି। ଏହା ବ୍ୟତୀତ ରାହୁଲ ଗାନ୍ଧି, ତେଜସ୍ୱୀ ଯାଦବ, ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦୀପାଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ସାମିଲ ହୋଇପାରନ୍ତି।

କହିରଖୁ ଯେ, ମୋଟ ୮୧ଟି ଆସନ ମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ମିଳିତ ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୫୬ଟି ହାତେଇ ନିଜ କ୍ଷମତା ବଜାୟ ରଖିଛି। ସେପଟେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ କେବଳ ୨୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି।

Jharkhand Hemant Soren JMM Hemant Soren's Oath