/odisha-reporter/media/post_attachments/uploadimage/library/16_9/16_9_0/IMAGE_1706523086.jpg)
Hemant Soren
କୁଆଡ଼େ ଗଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ତାଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍। ଇଡିର ଏକ ଟିମ୍ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନ ଘରେ ପହଞ୍ଚିଛି। ତାଙ୍କ ଘରୁ ଅନେକ ଦସ୍ତାବିଜ ଜବତ ହୋଇଛି। ଇଡିର ଟିମ୍ ଏବେ ବି ଘରେ ଭିତରେ ଅଛି। ଚାରିପଟୁ ସର୍ଚ୍ଚିଂ ଚାଲିଛି । ହେଲେ ହୋମନ୍ତ ସୋରେନ୍ଙ୍କ କିନ୍ତୁ ଦେଖାନାହିଁ। ସେ ଶାନ୍ତି ନିକେତନ ସ୍ଥିତ ଘରେ ଉପସ୍ଥିତ ନାହାନ୍ତି।
ମନି ଲଣ୍ଡରିଂ ମାମଲାରେ ଇଡି ସୋରେନ୍ଙ୍କୁ ନୂଆ ସମନ ଜାରି କରି ୨୯ରୁ ୩୧ ଜାନୁଆରୀ ଭିତରେ ପଚରାଉଚରା କରିବା ପାଇଁ ସମୟ ମାଗିଥିଲା। ଏହାଥିଲା ଇଡି ପକ୍ଷରୁ ସୋରେନ୍ଙ୍କୁ ୧୦ମ ଥର ସମନ୍ କରାଯାଇଥିଲା। ତେବେ ନୂଆ ସମନ ଜାରି ହେବା ପରେ ପରେ ସୋରେନ୍ ଅଚାନକ ଦିଲ୍ଲୀ ପଳାଇ ଆସିଥିଲେ। ଶନିବାର ରାତିରେ ସେ ଝାଡଖଣ୍ଡରୁ ଦିଲ୍ଲୀ ଗସ୍ତରେ ବାହାରିଥିଲେ।
ବର୍ତ୍ତମାନ ଦିଲ୍ଲୀ ବିମାନ ବନ୍ଦରରେ ହେମନ୍ତ ସୋରେନ୍ଙ୍କ ଚାଟାର୍ଡ ପ୍ଲେନ୍ ଉପସ୍ଥିତ ଅଛି। ଜେନେରାଲ ଏଭିଏସନ୍ ଟର୍ମିନାଲରେ ସୋରେନ୍ଙ୍କ ଚାଟାର୍ଡ ବିମାନ ଠିଆ ହୋଇଛି। ଆଜି ହିଁ ସୋରେନ୍ ଝାଡଖଣ୍ଡ ଫେରିଥାନ୍ତେ। କିନ୍ତୁ ସେ ଏବେ ଯାଏଁ ବିମାନ ବନ୍ଦରରେ ପହଞ୍ଚି ନାହାନ୍ତି। କେବଳ ସେତିକି ନୁହେଁ ସେ ଶାନ୍ତି ନିକେତନ, ମୋତିଲାଲ ନେହରୁ ସ୍ଥିତ ଘର ଓ ଝାଡଖଣ୍ଡ ଭବନରେ ମଧ୍ୟ ଉପସ୍ଥିତ ନାହନ୍ତି। ସେପଟେ ଇଡିର ୭ ଜଣିଆ ଟିମ୍ ଶାନ୍ତି ନିକେତନ ସ୍ଥିତ ତାଙ୍କ ବାସଭବନରେ ଏବେ ବି ସର୍ଚ୍ଚ ଜାରି ରହିଛି। କୁଆଡେ ଖଲେ ହେମନ୍ତ ସୋରେନ୍, ସେ ନେଇ ଖୋଜାଖୋଜି ଚାଲିଛି।
ଏହାରି ଭିତରେ ଜେରା ପାଇଁ ହେମନ୍ତ ସୋରେନ୍ ଖୁବଶୀଘ୍ର ତଦନ୍ତ ଏଜେନ୍ସି ସାମ୍ନାରେ ହାଜର ହେବେ ବୋଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କିଛି ଦିନ ପୂର୍ବରୁ ଦଶମ ସମନ ଜାରି ହୋଇଥିଲା। ତାଙ୍କୁ ୨୯ରୁ ୩୧ ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ହେମନ୍ତ ସୋରେନ ହାଜର ନ ହେଲେ ଇଡି ଟିମ୍ ତାଙ୍କୁ ପଚରାଉଚରା ପାଇଁ ପହଞ୍ଚିବ ବୋଲି କୁହାଯାଇଥିଲା।
ସାତ ଥର କାଳ ସମନ କରିବା ପରେ ମଧ୍ୟ ହେମନ୍ତ ସୋରେନ୍ ଇଡିରେ ହାଜର ହୋଇନଥିବାରୁ ଗତ ୨୦ ତାରିଖରେ ଖୋଦ୍ ଇଡିର ଅଧିକାରୀମାନେ ତାଙ୍କ ରାଞ୍ଚିସ୍ଥିତ ବାସଭବନରେ ପଶିଥିଲେ। ଉକ୍ତ ଦିନ ସୋରେନଙ୍କୁ ପ୍ରାୟ ୮ ଘଣ୍ଟା ପାଖାପାଖି ପଚରାଉଚରା କରାଯାଇଥିବା ବେଳେ ଜେରା କିନ୍ତୁ ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ଏହାପରେ ପୁଣି ଥରେ ସୋରେନଙ୍କୁ ସମନ ଜାରି କରାଯାଇଥିଲା।
ଏହାପରେ ହେମନ୍ତ ସୋରେନଙ୍କୁ ଜାନୁୟାରୀ ୨୭ରୁ ୩୧ ମଧ୍ୟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା। ମାତ୍ର ଏନେଇ ସୋରେନଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ତାଙ୍କୁ ହାଜର ହେବା ନିମନ୍ତେ ୨୯ରୁ ୩୧ ମଧ୍ୟରେ ତାରିଖ ସ୍ଥିର କରିବାକୁ କୁହାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
