Advertisment

ଜେଲରେ ରାତି କାଟିବେ ହେମନ୍ତ ସୋରେନ

ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଆଜି କଡ଼ା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା।

Hemant soren

Hemant soren

Advertisment

ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାର ଅର୍ଥ ଆଜି ରାତି ସେ ଜେଲର ୪ କାନ୍ଥ ମଧ୍ୟରେ କାଟିବେ। ତାଙ୍କୁ କୋର୍ଟରୁ ସିଧା ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲକୁ ନିଆଯାଇଛି।

Advertisment

ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଆଜି କଡ଼ା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା। ଇଡି ପକ୍ଷରୁ ହେମନ୍ତ ସୋରେନଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ତେବେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ତାଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆସନ୍ତାକାଲି ଏହାର ଶୁଣାଣି ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ପିଏମଏଲଏ କୋର୍ଟ ଇଡିର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ନାହାନ୍ତି। ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପିଏମଏଲଏ କୋର୍ଟ ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ। ମାମଲାର ଶୁଣାଣି ଶେଷ ନ ହେବା ଯାଏ ହେମନ୍ତ ସୋରେନ ଜେଲରେ ରହିବେ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି କୋର୍ଟ ପରିସରରୁ ହେମନ୍ତ ସୋରେନଙ୍କୁ ଜେଲ ନିଆଯାଉଥିବା ବେଳେ ଜେଏମଏମର ନେତା ଓ କାର୍ଯ୍ୟକର୍ତ୍ତା ଧୈର୍ଯ୍ୟ ହରା ହୋଇପଡ଼ିଥିଲେ।

ସେମାନେ ହେମନ୍ତ ସୋରେନଙ୍କୁ ନେଇ ଯାଉଥିବା ଗାଡ଼ିର ପିଛା କରିଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଅଟକାଇ ଦେଇଥିଲା। ଏହାକୁ ନେଇ ବେଶ କିଛି ସମୟ ପାଇଁ ସମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

Jharkhand Hemant Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe