Advertisment

ଇସ୍ତଫା ଦେଲେ ହେମନ୍ତ ସୋରେନ୍‌ଙ୍କ ଭାଉଜ, ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଗଭୀର ଷଡ଼ଯନ୍ତ୍ର ରଚା ଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

Sita Soren

Sita Soren

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ଝଟ୍‌କା। ଇସ୍ତଫା ଦେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟିକା ତଥା ହେମନ୍ତ ସୋରେନଙ୍କ ଭେଉଜ ସୀତା ସୋରେନ। ଏନେଇ ସେ ଚିଠି ଲେଖି ଦଳର ଅଧ୍ୟକ୍ଷ ତଥା ନିଜ ଶ୍ୱଶୁର ଶିବୁ ସୋରେନଙ୍କୁ ପଠାଇଛନ୍ତି। ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଗଭୀର ଷଡ଼ଯନ୍ତ୍ର ରଚା ଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

ସୀତା ସୋରେନ କହିଛନ୍ତି, ମୁଁ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସକ୍ରିୟ ସଦସ୍ୟ। ବର୍ତ୍ତମାନ ମୁଁ ଦଳର ବିଧାୟକ ଅଛି। ଅତ୍ୟନ୍ତ ଦୁଃଖ ମନରେ ମୁଁ ମୋର ଇସ୍ତଫା ପତ୍ର ଦାଖଲ କରୁଛି। ମୋର ସ୍ୱାମୀ ସ୍ୱର୍ଗତ ଦୁର୍ଗା ସୋରେନ୍ ଝାଡଖଣ୍ଡ ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା ତଥା ଜଣେ ମହାନ ବିପ୍ଳବୀ ଥିଲେ। ତାଙ୍କ ମୃତ୍ୟୁ ପରଠାରୁ ମୁଁ ଏବଂ ମୋ ପରିବାର କ୍ରମାଗତ ଅବହେଳାର ଶିକାର ହୋଇଛୁ। ଦଳ ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଆମକୁ ଅଲଗା କରାଯାଇଛି, ଯାହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ।

ସେ ଆହୁରି କହିଛନ୍ତି, 'ମୁଁ ଆଶା କରିଥିଲି ସମୟ ସହିତ ଅବସ୍ଥା ସୁଧୁରିବ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ଘଟିଲା ନାହିଁ।  ଦଳ ବର୍ତ୍ତମାନ ସେହି ଲୋକଙ୍କ ହାତକୁ ଚାଲିଯାଇଛି, ଯାହାର ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟ ଆମର ମୂଲ୍ୟବୋଧ ଏବଂ ଆଦର୍ଶ ସହିତ ମେଳ ଖାଉ ନାହିଁ। ଏହା ଦେଖି ମୁଁ ଅତ୍ୟନ୍ତ ଦୁଃଖିତ। ଏଥିପାଇଁ ମୁଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତଥା ଜେଏମ୍‌ଏମ୍‌କୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛି।'

Advertisment

କହିରଖୁ ଯେ, ଜାନୁଆରୀ ୩୧ ତାରିଖରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ସେ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସେ ଫଶିଛନ୍ତି। ହେମନ୍ତ ସୋରେନ୍‌ ବର୍ତ୍ତମାନ ଜେଲରେ ଅଛନ୍ତି। ତେବେ ହେମନ୍ତ ସୋରେନ୍‌ ଜେଲ୍‌ ଯିବା ପରେ ଚମ୍ପାଇ ସୋରେନ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କୁହାଯାଉଛି ଯେ ସୀତା ଦଳର ଏହି ନିଷ୍ପତ୍ତିରେ ପ୍ରଥମେ ଅସନ୍ତୁଷ୍ଟ ଥିଲେ। ପରେ ତାଙ୍କୁ ମନାଇ ଦିଆଯାଇଥିବା ଦାବି କରାଯାଇଥିଲା।

Hemant Soren JMM Loksabha Election 2024 Sita Soren Resigns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe