Advertisment

ମୃତ୍ୟୁ ପୂର୍ବରୁ ପୀଡିତାଙ୍କ ଦେହରେ ଥିଲା ଏକାଧିକ କ୍ଷତ, ବ୍ୟବଚ୍ଛେଦ ରିପୋର୍ଟରୁ ଖୁଲାସା

ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପୀଡିତାଙ୍କ ଦେହରେ ୧୪ରୁ ଅଧିକ ଆଘାତ ଚିହ୍ନ ରହିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Kolkata Rape-Murder Case

Kolkata Rape-Murder Case

କୋଲକାତା ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ସାରା ଦେଶରେ ଏହି ଘଟଣକୁ ନେଇ ନିଆଁ ଜଳୁଛି। ଏହାକୁ ନେଇ ଚାରିଆଡେ ବିରୋଧ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ହତ୍ୟା ପୂର୍ବରୁ ଡାକ୍ତରୀ ଛାତ୍ରୀଙ୍କୁ କିଭଳି ନରରାକ୍ଷାସ ଅତ୍ୟାଚାର କରିଥିଲା ତାହା ଏଥିରେ ଖୁଲାସା ହୋଇଛି।

Advertisment

ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପୀଡିତାଙ୍କ ଦେହରେ ୧୪ରୁ ଅଧିକ ଆଘାତ ଚିହ୍ନ ରହିଛି। ତେବେ ଶରୀରରେ କୌଣସି ଫ୍ୟାକ୍ଚର ନାହିଁ। ମୁଣ୍ଡ, ଦୁଇ ଗାଲ, ଓଠ, ନାକ, ଡାହାଣ ହନୁ ହାଡ, ଥୋଡି, ବେକ, ବାମ ହାତ, କାନ୍ଧ, ଆଣ୍ଠୁ, ଗୋଡ ଏବଂ ପ୍ରାଇଭେଟ୍‌ ପାର୍ଟରେ ଆଘାତ ଲାଗିଛି।  କେବଳ ସେତିକି ନୁହେଁ ପୀଡିତାଙ୍କ ହତ୍ୟା ପୂର୍ବରୁ ଯୌନ ଉତ୍ପୀଡନ କରାଯାଇଥିବା କଥା ମଧ୍ୟ ରିପୋର୍ଟରେ ଖୁଲାସା ହୋଇଛି। 

ଏହି ରିପୋର୍ଟରେ ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ତଦନ୍ତ ପାଇଁ ରକ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ନମୁନା ପଠାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପୀଡିତାଙ୍କ ଶରୀର ଏବଂ ପ୍ରାଇଭେଟ୍‌ ପାର୍ଟରେ ଥିବା ସମସ୍ତ ଆଘାତ ତାଙ୍କ ମୃତ୍ୟୁ ପୂର୍ବର। ପୋଷ୍ଟମର୍ଟମ ରିପୋର୍ଟକୁ ଭିତ୍ତି କରି ମେଡିକାଲ ଅଧିକାରୀ କହିଛନ୍ତି ଯେ ଦୁଇ ହାତରେ ତଣ୍ଟି ଚିପିବା ଯୋଗୁ ପୀଡିତାଙ୍କ ମୃତ୍ୟୁ ହୋଇଛି।

Advertisment

କହିରଖୁ ଯେ, ଡାକ୍ତରୀ ଛତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୂରା ଦେଶରେ ରେସିଡାଣ୍ଟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିସାରିଛି। ତେବେ ହସ୍ପିଟାଲର ସ୍ଥାୟୀ ସୁରକ୍ଷା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦାବିରେ ଡାକ୍ତରମାନେ ନିଜ ପ୍ରତିବାଦ ଜାରି ରଖିଛନ୍ତି।

ସେପଟେ ଏହି ମାମଲାରେ ସୁପ୍ରିମକୋର୍ଟ ନିଜଆଡୁ ହସ୍ତକ୍ଷେପ କରିଛନ୍ତି। ଏହାକୁ ନେଇ ଏକ ପିଟିସନ ଦାଖଲ ହୋଇଛି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ।

Sexual Assault Kolkata Rape-Murder Case Autopsy Report