BJP
କର୍ଣ୍ଣାଟକାର ବିଜେପି ବିଧାୟକ ମଡଲ ବିରୁପକ୍ଷପ୍ପାଙ୍କୁ ଆଜି ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ଜାମିନ ମିଳିବା ପରେ ତାଙ୍କୁ ହିରୋ ଭଳି ବିଶାଳ ଶୋଭାଯାତ୍ରା କରି ସ୍ୱାଗତ କରାଯାଇଛି। ତାଙ୍କ ହୋମ ଟାଉନ ଡାଭାଙ୍ଗେରେରେ ଶତାଧିକ ଲୋକ ଏକାଠି ହୋଇ ବିଧାୟକ ବିରୁପକ୍ଷପ୍ପାଙ୍କୁ ସ୍ୱାଗତ କରିଛନ୍ତି।
ବିଧାୟକଙ୍କ ପୁଅ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ସେବେଠାରୁ ଅର୍ଥାତ ୫ ଦିନ ହେଲଲା ବିରୁପକ୍ଷପ୍ପା ଫେରାର ଥିଲେ। କିନ୍ତୁ ଆଜି କୋର୍ଟ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବା ପରେ ସେ ସମସ୍ତଙ୍କ ସାମ୍ନାକୁ ଆସିଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ ବିରୁପକ୍ଷପ୍ପା କାର୍ରେ ଆସୁଥିବା ବେଳେ ତାଙ୍କ ସହ ଶତାଧିକ ଲୋକ ବିଭିନ୍ନ ପ୍ରକାରର ନାରାବାଜୀ କରି ଶୋଭାଯାତ୍ରା କରୁଛନ୍ତି। ବାଣ ଫୁଟାଇବା ସହ ବିଧାୟକ ମଧ୍ୟ ଲୋକଙ୍କୁ ହାତ ହଲାଇ କୃତଜ୍ଞତା ଜଣାଇଛନ୍ତି। ଲୋକମାନେ ବିଧାୟକଙ୍କ ସପକ୍ଷରେ ନାରାବାଜୀ କରି ଏକ ପ୍ରକାରର ନିଜର ଶକ୍ତିପ୍ରଦର୍ଶନ କରିଛନ୍ତି।
ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତଙ୍କୁ ଲୋକାୟୁକ୍ତ ଟିମ ୪୦ ଲକ୍ଷ ଲାଞ୍ଚ ନେବା ବେଳେ ଧରିଥିଲା। ସେ ବାପାଙ୍କ ପାଇଁ ଏହି ଟଙ୍କା ନେଉଥିବା ଜଣାପଡ଼ିବା ପରେ ବିରୁପକ୍ଷପ୍ପାଙ୍କୁ ପୂରା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ତଥାପି ତାଙ୍କୁ ଗିରଫ କରାଯାଇ ନଥିଲା। ସେ ହାଇକୋର୍ଟରେ ଜାମିନ ଆବେଦନ କରିବାରୁ ତାଙ୍କୁ ତୁରନ୍ତ ଗିରଫଦାରୀରୁ ସୁରକ୍ଷା ମଧ୍ୟ ମିଳିଛି।
ଲୋକାୟୁକ୍ତ ପୁଲିସ୍ ପ୍ରଶାନ୍ତଙ୍କୁ ଧରିବା ପରେ କହିଥିଲା ଯେ କର୍ଣ୍ଣାଟକା ସୋପ୍ସ ଆଣ୍ଡ ଡିଟରଜେଣ୍ଟସ ଲିଃ(କେଏସଡିଏଲ)କୁ କଞ୍ଚା ମାଲ ପଠାଇବାର ଟେଣ୍ଡର ହାତେଇବା ପାଇଁ ୪୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ଏହି ସଂସ୍ଥାର ଅଧ୍ୟକ୍ଷ ଥିଲେ ନିଜେ ବିରୁପକ୍ଷପ୍ପା। ପୁଅ ବାପାଙ୍କ ପକ୍ଷରୁ ଲାଞ୍ଚ ନେଇ ଧରାପଡ଼ିଥିଲେ। ବିବାଦ ବଢ଼ିବାରୁ ବିରୁପକ୍ଷପ୍ପା କେଏସଡିଏଲର ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିଥିଲେ। ତଥାପି ତାଙ୍କୁ ଗିରଫ କରାଯାଇ ନାହିଁ।
ଲାଞ୍ଚ ଟଙ୍କା ମିଳିବା ପରେ ମାର୍ଚ୍ଚ ୨ରେ ଲୋକାୟୁକ୍ତ ପକ୍ଷରୁ ବିରୁପକ୍ଷପ୍ପାଙ୍କ ଘରେ ରେଡ କରାଯାଇଥିଲା। ଏହି ସମୟରେ ଆଉ ୮ କୋଟି ନଗଦ ଟଙ୍କା ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1678201263.jpg)