Advertisment

ମୁକ୍ତାର ଅନସାରୀଙ୍କୁ ବିଷ ଦିଆଯାଇଥିବା ଅଭିଯୋଗ, ୟୁପିରେ ୧୪୪ ଲାଗୁ

ଜେଲରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ ପରେ ହାଇ ଆଲର୍ଟ ଜାରି କରିଛି ପୁଲିସ।

ଅଦ୍ୟତନ ହୋଇଛି
Mukhtar Ansari File Photo

Mukhtar Ansari File Photo

Advertisment

ଉତ୍ତର ପ୍ରଦେଶରେ ହାଇ ଆଲର୍ଟ। ୧୪୪ ଧାରା ଲାଗୁ ସହ ବିଭିନ୍ନ ଜିଲ୍ଲାରେ ପୁଲିସ ଫୋର୍ସ ମୁତୟନ। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ ପରେ ହାଇ ଆଲର୍ଟ ଜାରି କରିଛି ପୁଲିସ। ଅନସାରୀଙ୍କୁ ଜେଲରେ ସ୍ଲୋ ପଏଜନ ବା ଅଳ୍ପ ଅଳ୍ପ ବିଷ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିାବା ପରେ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଉତ୍ତର ପ୍ରଦେଶ ପୁଲିସ।  

Advertisment

ଗତକାଲି ୨୦୦୫ରୁ ଜେଲରେ ଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ ଘଟିଥିଲା। ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ପ୍ରଥମେ ବାନ୍ଦା ହସ୍ପିଟାଲ ଓ ପରେ ରାଣୀ ଦୁର୍ଗାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। 

ଡାକ୍ତରମାନେ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି ସନ୍ଦେହ କରୁଛନ୍ତି। ଆଜି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିବ। ହେଲେ ଅନସାରୀଙ୍କ ପୁଅ ଏବଂ ତାଙ୍କ ଭାଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଜେଲରେ ଥିବା ସମୟରେ ଅନସାରୀଙ୍କୁ ସ୍ଲୋ ପଏଜନ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଏପରି ଅଭିଯୋଗ ପରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି।

Advertisment

ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ CrPC ଧାରା ୧୪୪ ଲାଗୁ କରାଯାଇଛି। ରାଜ୍ୟ ପୁଲିସକୁ ସହାୟତା କରିବା ପାଇଁ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସକୁ ମଧ୍ୟ ଡକାଯାଇଛି। ବାନ୍ଦା, ମାଉ, ଗାଜିପୁର ଏବଂ ବାରାଣାସୀରେ CRPF ୟୁନିଟ୍ ନିୟୋଜିତ ହୋଇଛନ୍ତି।

କୌଣସି ପ୍ରକାର ଦଙ୍ଗା ପରିସ୍ଥିତିକୁ ଏଡାଇବା ପାଇଂ ଉତ୍ତରପ୍ରଦେଶ ପୁଲିସର ସୋଶାଲ ମିଡିଆ ସେଲ୍ ମଧ୍ୟ ବିବାଦୀୟ ପୋଷ୍ଟ ଉପରେ ନଜର ରଖିଛି।

ମୁକ୍ତାର ଅନସାରୀ ଗ୍ୟାଙ୍ଗଷ୍ଟରରୁ ବନିଥିଲେ ରାଜନେତା। ମାଉ ସଦର ଆସନରୁ ପୂର୍ବରୁ ପାଞ୍ଚ ଥର ବିଧାୟକ ଥିଲେ ଅନସାରୀ। ତାଙ୍କ ନାମରେ ୬୦ଟି ଅପରାଧିକ ମାମଲା ରହିଛି। ରାଜ୍ୟର ବିଭିନ୍ନ କୋର୍ଟ ତାଙ୍କୁ ୮ଟି ମାମଲାରେ ଦଣ୍ଡିତ କରିଥିଲେ। ଜେଲରେ ଥିବାବେଳେ ଗତକାଲି ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। 

Gangster High Alert Across UP Mukhtar Ansari Death UP In High Alert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe