Advertisment

Terror Attack: ଆତଙ୍କବାଦୀ ସଂଗଠନ ‘ଲଶ୍କର’ର ବିସ୍ଫୋରଣ ଯୋଜନା; ଦିଲ୍ଲୀରେ ହାଇଆଲର୍ଟ

ଦିଲ୍ଲୀର ଲାଲ କିଲ୍ଲା ଓ କିଛି ପ୍ରମୁଖ ଧାର୍ମିକ ସ୍ଥଳୀରେ ବିସ୍ଫୋରଣ କରିବାକୁ ଯୋଜନା କରୁଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତାଏବା। ଗୁଇନ୍ଦା ପକ୍ଷରୁ ଏଭଳି ରିପୋର୍ଟ ଦିଆଯିବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି।

Red Fort
Advertisment

ଦିଲ୍ଲୀର ଲାଲ କିଲ୍ଲା ଓ କିଛି ପ୍ରମୁଖ ଧାର୍ମିକ ସ୍ଥଳୀରେ ବିସ୍ଫୋରଣ କରିବାକୁ ଯୋଜନା କରୁଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତାଏବା। ଗୁଇନ୍ଦା ପକ୍ଷରୁ ଏଭଳି ରିପୋର୍ଟ ଦିଆଯିବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଦେଶର ଆଉ କିଛି ସ୍ଥାନରେ ଥିବା ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ମଧ୍ୟ ଲଶ୍କର-ଇ-ତାଏବା ବିସ୍ଫୋରଣ କରିବାର ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ରହିଥିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରୀ ୬ ତାରିଖରେ ପାକିସ୍ତାନର ରାଜଧାନୀ ଇସଲାମାବାଦର ଏକ ମସଜିଦରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଲଶ୍କର-ଇ-ତାଏବା ଭାରତର ବିଭିନ୍ନ ସ୍ଥାନରେ ଆଇଇଡି ଜରିଆରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଛି। ଇସଲାମାବାଦରେ ଘଟିଥିବା ସେହି ଆତ୍ମଘାତୀ ବିସ୍ଫୋରଣରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତେବେ ଏହି ଘଟଣା ପଛରେ ଭାରତର କିଛି ହାତ ନଥିଲା। ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ବହୁ ପୂର୍ବରୁ ନିଜକୁ ଦାୟୀ କରିସାରିଛି। 

ଲଶ୍କର-ଇ-ତାଏବାର ଯୋଜନା ସଂପର୍କରେ ଗୁଇନ୍ଦା ସୂଚନା ପାଇବା ପରେ ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀଗୁଡ଼ିକ ସତର୍କ ହୋଇଯାଇଛନ୍ତି। ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ବିଶେଷ କରି ପୁରୁଣା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅତିରିକ୍ତ ସୁରକ୍ଷା ବଳକୁ ମୁତୟନ କରାଯାଇଛି ଓ ଯାଞ୍ଚ ପ୍ରକ୍ରିୟାକୁ ବଢ଼ାଇ ଦିଆଯାଇଛି। 

Advertisment

୨୦୨୫ ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲ କିଲ୍ଲା ନିକଟରେ ଏକ କାରରେ ବିସ୍ଫୋରକ ରଖି ବିସ୍ଫୋରଣ କରାଯାଇଥିଲା। ଏଥିରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଫରିଦାବାଦର ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ଉମର ମହମ୍ମଦ ଓରଫ ଉମର ଉନ୍ ନବୀ ଏହି କାର ଚଲାଉଥିଲେ। ସେହିଦିନ ଫରିଦାବାଦରୁ ୨୯୦୦ କେଜି ବିସ୍ଫୋରକ ଜବତ କରାଯାଇଥିଲା, ତା’ମଧ୍ୟରେ ଆମୋନିୟମ ନାଇଟ୍ରେଟ୍ ମଧ୍ୟ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ ବିସ୍ଫୋରକ ଜବତ କରିବା ସହିତ ଦୁଇ ଡାକ୍ତର ମୁଜମ୍ମିଲ ଶକୀଲ ଓ ଆଦିଲ ଅହମଦ ରାଥରଙ୍କୁ ଗିରଫ କରାଯିବା ପରେ ସେହି ମୋଡ୍ୟୁଲରେ କାମ କରୁଥିବା ଡାକ୍ତର ଉମର ମହମ୍ମଦ ଓରଫ ଉମର ଉନ୍ ନବୀ ଡରି ଯାଇଥିଲା ଓ ଏହି ବିସ୍ଫୋରଣ କରିଥିଲା। 

ଏହି ମାମଲାରେ ଆମୀର ରଶିଦ ମୀର, ଜସିର ବିଲାଲ ୱାନି, ମୁଫ୍ତି ଇଣଫାନ ଅହମଦ ୱାଗେ, ଡାକ୍ତର ମୁଜମ୍ମିଲ ଶକୀଲ, ଡାକ୍ତର ଆଦିଲ ଅହମଦ ରାଥର, ଡାକ୍ତର ଶାହୀନ ସୟୀଦ ଓ ଶୋୟାବଙ୍କୁ ଗିରଫ କରାଯାଇଛି। ନିକଟରେ ସେମାନଙ୍କ ବିଚାର ବିଭାଗୀୟ ହାଜତ ମିଆଦିକୁ ଆସନ୍ତା ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe