Advertisment

ଜମ୍ମୁରେ ହାଇ ଆଲର୍ଟ ଜାରି, ଆର୍ମି ସ୍କୁଲ୍ ଛୁଟି ଘୋଷଣା

୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି।

author-image
Debibandita Barick
Soldier

Soldier

କିଛି ଦିନ ହେବ ସୀମାରେ ଆତଙ୍କୀ ହମଲା ଜାରି ରହିଛି। ଏହାରି ମଧ୍ୟରେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Advertisment

ସୂଚନା ଅନୁସାରେ, ପଞ୍ଜାବର ପଠାନକୋଟ ଜିଲ୍ଲାର ଜଣେ ମହିଳା ଉକ୍ତ ଅଞ୍ଚଳରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରାଥମିକ ସତର୍କତା ସ୍ୱରୂପ ଅଞ୍ଚଳର ସମସ୍ତ ଆର୍ମି ସ୍କୁଲକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।

ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ଆର୍ମି ସ୍କୁଲ୍ ବନ୍ଦ ରହିବ। ସ୍ଥାନୀୟ ଅଞ୍ଚଳନରେ ସର୍ଚ୍ଚ ଅପରେସକୁ ଜୋରଦାର କରାଯିବା ସହ ବ୍ୟାପକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ରଖାଯାଇଛି। ସେପଟେ ପଞ୍ଜାବ ପୁଲିସ ଜଣେ ସନ୍ଦିଗ୍ଧର ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

Advertisment

ସ୍ଥାନୀୟ ଲୋକଙ୍କୁ ସଜାଗ ରହିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସୂଚନା ପାଇଲେ ତୁରନ୍ତୁ ପୁଲିସକୁ ରିପୋର୍ଟ କରିବାକୁ କୁହାଯାଇଛି। 

High Alert Jammu High Alert Army School