Advertisment

ସିଂହ ଆକବର, ସିଂହୀ ସୀତା କାହିଁକି? ନାଁ ବଦଳାଇବାକୁ କହିଲେ କୋର୍ଟ

ଏକକ ବେଞ୍ଚର ବିଚାରପତି ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଦେଶର ଅଧିକାଂଶ ଲୋକ ସୀତାଙ୍କୁ ପୂଜା କରନ୍ତି। ଆକବର ଜଣେ ଧର୍ମନିରପେକ୍ଷ ମୋଗଲ ସମ୍ରାଟ ଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Lion

Lion

ବେଙ୍ଗଲ ସଫାରୀ ପାର୍କର ଗୋଟିଏ ଖୁଆଡ଼ରେ ରହୁଛନ୍ତି ସିଂହ ଆକବର ଓ ସିଂହୀ ସୀତା। ସେମାନଙ୍କ ନାଁ ଆକବର ଓ ସୀତା ରଖା ଯାଇଥିବା ଏହାକୁ ନେଇ ଆପତ୍ତି ଉଠାଇଛନ୍ତି କଲିକତା ହାଇକୋର୍ଟ। ଏଥିସହ ସେମାନଙ୍କ ନାଁ ବଦଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲଙ୍କୁ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ସେ କ’ଣ ନିଜ ପୋଷା ପ୍ରାଣୀଙ୍କ ନାଁ ହିନ୍ଦୁ ଦେବୀଦେବତା କିମ୍ବା ମୁସଲିମ ପ୍ରଫେଟଙ୍କ ନାଁରେ ରଖିପାରିବେ କି ବୋଲି ପ୍ରଶ୍ନ ପଚାରିଛନ୍ତି।

ଏକକ ବେଞ୍ଚର ବିଚାରପତି ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଦେଶର ଅଧିକାଂଶ ଲୋକ ସୀତାଙ୍କୁ ପୂଜା କରନ୍ତି। ଆକବର ଜଣେ ଧର୍ମନିରପେକ୍ଷ ମୋଗଲ ସମ୍ରାଟ ଥିଲେ। ସରକାରୀ ଓକିଲ ମହାଶୟ, ଆପଣ କ’ଣ ନିଜ ପୋଷା ପ୍ରାଣୀଙ୍କ ନାଁ ହିନ୍ଦୁ ଦେବୀଦେବତା କିମ୍ବା ମୁସଲିମ ପ୍ରଫେଟଙ୍କ ନାଁରେ ରଖିପାରିବେ?

Advertisment

ମୁଁ ଭାବୁଛି ଆମ ଭିତରୁ ଯିଏ କେହି ବି ଅଧିକାରୀ ହୋଇଥାଆନ୍ତେ, ତା’ହେଲେ କେବେ ହେଲେ ଆକବର କିମ୍ବା ସୀତା ନାଁ ରଖି ନଥାଆନ୍ତେ। ଆମ ଭିତରୁ କେହି କୌଣସି ପଶୁପକ୍ଷୀଙ୍କ ନାଁ ରବୀନ୍ଦ୍ର ଟାଗୋର ରଖିବାକୁ ଚିନ୍ତା କରୁଛେ କି? ସୀତାଙ୍କୁ ଦେଶର ସର୍ବାଧିକ ଲୋକ ପୂଜା କରନ୍ତି। ମୁଁ ମଧ୍ୟ ସିଂହର ନାଁ ଆକବର ରଖିବା ବିରୋଧରେ। ସେ ଜଣେ ଦକ୍ଷ, ସଫଳ ଓ ଧର୍ମନିରପେକ୍ଷ ମୋଗଲ ସମ୍ରାଟ ଥିଲେ ବୋଲି ବିଚାରପତି କହିଛନ୍ତି।

ପଶ୍ଚିମବଙ୍ଗ ସରକାର ସିଂହ ଆକବର ଓ ସିଂହି ସୀତାଙ୍କୁ ଗୋଟିଏ ଖୁଆଡ଼େରେ ରଖିବାରୁ ବିଶ୍ୱ ହିନ୍ଦୁ ପରିଷଦ ଏହାକୁ ବିରୋଧ କରିଥିଲା। ଭିଏଚପି ପକ୍ଷରୁ ନାଁ ପରିବର୍ତ୍ତନ କରିବାକୁ ଦାବି କରି କୋର୍ଟରେ ଆବେଦନ କରାଯାଇଥିଲା।

ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାର କୋର୍ଟଙ୍କୁ କହିଥିଲେ ଯେ ସିଂହ ଓ ସିଂହୀର ନାଁ ୨୦୧୬ରେ ତ୍ରିପୁରା ଚିଡ଼ିଆଖାନା ପକ୍ଷରୁ ଦିଆଯାଇଥିଲା। ୨୦୧୮ରେ ଏମାନଙ୍କୁ ବେଙ୍ଗଲ ସଫାରୀ ପାର୍କକୁ ଅଣା ଯାଇଛି। ବେଙ୍ଗଲକୁ ସେମାନେ ଆସିବା ପରେ ନାଁକୁ ନେଇ ବିବାଦ ଆରମ୍ଭ କରାଯାଇଥିଲା।

ତଥାପି କୋର୍ଟ ନାଁ ବଦଳାଇବାକୁ କହିଛନ୍ତି। ଆଇନଜୀବୀ ଦେବଜ୍ୟୋତି ଚୌଧୁରୀ ମଧ୍ୟ ସିଂହ ଓ ସିଂହୀର ନାଁ ବଦଳାଇବେ ବୋଲି କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

West Bengal Lion