Advertisment

ମହିଳା ବିଚାରପତି‌ଙ୍କ ଅଳଙ୍କାରକୁ ଦେଖି ଭସ୍ମାସୁର କହିଲେ ଓକିଲ

ଆଇନଜୀବୀ ଉତ୍ପଳ ଗୋସ୍ୱାମୀଙ୍କୁ ଖଣ୍ଡପୀଠ ଅପରାଧିକ ଅବମାନନାର ଧାରା ୧୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Court

Court

ମହିଳା ବିଚାରପତିଙ୍କୁ ଭସ୍ମାସୁର ସହ ତୁଳନା କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜଣେ ଓକିଲ। ନିମ୍ନ ଅଦାଲତର ଜଣେ ମହିଳା ବିଚାରପତିଙ୍କ ଅଳଙ୍କାରକୁ ନେଇ ଓକିଲ ଜଣଙ୍କ କମେଣ୍ଟ କରିଥିଲେ ଓ ତାଙ୍କୁ ଅସୁରଙ୍କ ସହ ତୁଳନା କରିଥିଲେ। ଏଥିପାଇଁ ଗୌହାଟୀ ହାଇକୋର୍ଟ ଉକ୍ତ ବିଚାରପତିଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

ଜଷ୍ଟିସ କଲ୍ୟାଣ ରାୟ ସୁରାନା ଓ ଜଷ୍ଟିସ ଦେବାଶିଷ ବାରୁଆହ ନିଜ ଆଡ଼ୁ ମାମଲାର ଶୁଶାଣି କରି ଓକିଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜାମିନ ମିଳିଛି। ମାର୍ଚ୍ଚ ୨୦ ତାରିଖରେ କୋର୍ଟ ଦଣ୍ଡବିଧାନ ସମ୍ପର୍କରେ ଶୁଣାଣି କରିବେ।

ଆଇନଜୀବୀ ଉତ୍ପଳ ଗୋସ୍ୱାମୀଙ୍କୁ ଖଣ୍ଡପୀଠ ଅପରାଧିକ ଅବମାନନାର ଧାରା ୧୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଅବମାନନା ଆଇନ ୧୯୭୧ ଅଧୀନରେ ଏହି ଧାରା ରହିଛି। ଜଣେ ନ୍ୟାୟିକ ଅଧିକାରୀଙ୍କୁ ଆଇନଜୀବୀ ଜଣଙ୍କ ବିଭିନ୍ନ ପ୍ରକାରର ଅସଭ୍ୟ କମେଣ୍ଟ କରିଥିଲେ। ଏଥିସହ ତାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରି ପୁରାଣ/ମହାଭାରତର ଚରିତ୍ର ଭସ୍ମାସୁର ସହ ତୁଳନା କରିଥିଲେ। ଏହା ଆଇନତଃ ଆଦୌ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି।

Advertisment

ଆଇନଜୀବୀ ଜଣଙ୍କ ନିଜ ସପକ୍ଷରେ ଗୋଟିଏ ସତ୍ୟପାଠ ଜାନୁଆରୀ ୧୭ରେ ଦାଖଲ କରିଥିଲେ। ସେ ଏଥିରେ ନିଜ ଦୋଷ ସ୍ୱୀକାର କରିଥିଲେ। ଶାନ୍ତି, ସଦଭାବ ଓ ମାନବିକ ସମାଜରେ ବିଚାରପତି ଓ ମାଜିଷ୍ଟ୍ରେଟମାନଙ୍କ ସମ୍ମାନ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଅନୁଭବ କରୁଥିବା ସତ୍ୟପାଠରେ ଉଲ୍ଲେଖ କରିଥିଲେ।

ସେ ସତ୍ୟପାଠରେ ସ୍ୱୀକାର କରିଥିଲେ ଯେ ଆଇନ ଉପରେ କମ ଜ୍ଞାନ ଥିବାରୁ ସେ ଅପରାଧ କରିଛନ୍ତି ଓ ଏଥିପାଇଁ ନିଃସର୍ତ୍ତ କ୍ଷମା ମଧ୍ୟ ପ୍ରାର୍ଥନା କରୁଛନ୍ତି। ଏହା ତାଙ୍କର ପ୍ରଥମ ଅପରାଧ ଓ କୋର୍ଟ କାର୍ଯ୍ୟକଳାପ ମଧ୍ୟରେ ସେ କେବେ ହେଲେ ଏହାର ପୁନରାବୃତ୍ତି କରିବେ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

High Court