Advertisment

ୟୁସୁଫ ପଠାନଙ୍କୁ ଜବରଦଖଲକାରୀ ଘୋଷଣା କଲେ ହାଇକୋର୍ଟ, ପ୍ଲଟ ଖାଲି କରିବାକୁ ନିର୍ଦ୍ଦେଶ

ସରକାରୀ ଜମିକୁ ତୁରନ୍ତ ଖାଲି କରିବାକୁ ୟୁସୁଫ ପଠାନଙ୍କୁ ନିର୍ଦ୍ଦେଶ ଦେଇ ସେଲେବ୍ରିଟିମାନେ ଆଇନର ଉପରେ ନୁହନ୍ତି ବୋଲି କୋର୍ଟ ମତ ରଖିଛନ୍ତି।

Yusuf Pathan

Yusuf Pathan

Advertisment

ପୂର୍ବତନ କ୍ରିକେଟର ତଥା ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଲୋକସଭା ସାଂସଦ ୟୁସୁଫ ପଠାନଙ୍କୁ ବଡ଼ ଝଟକା। ଗୁଜରାଟ ହାଇକୋର୍ଟ ୟୁସୁଫ ପଠାନଙ୍କୁ ଜବରଦଖଲକାରୀ ଘୋଷଣା କରିଛନ୍ତି। ବଦୋଦରାରେ ସେ ସରକାରୀ ଜମିକୁ ଜବରଦଖଲ କରିଥିବା ହାଇକୋର୍ଟ କହିଛନ୍ତି। ସରକାରୀ ଜମିକୁ ତୁରନ୍ତ ଖାଲି କରିବାକୁ ୟୁସୁଫ ପଠାନଙ୍କୁ ନିର୍ଦ୍ଦେଶ ଦେଇ ସେଲେବ୍ରିଟିମାନେ ଆଇନର ଉପରେ ନୁହନ୍ତି ବୋଲି କୋର୍ଟ ମତ ରଖିଛନ୍ତି।

Advertisment

ହାଇକୋର୍ଟର ଏକକ ବେଞ୍ଚ ବିଚାରପତି ଜଷ୍ଟିସ ମୋନା ଭଟ୍ଟ ଗତ ମାସରେ ଏପରି ରୁଲିଂ ଦେବା ସହ ୟୁସୁଫ ପଠାନଙ୍କ ଆବେଦନକୁ ଖାରଜ କରିଛନ୍ତି। ଭଦୋଦରାର ଟାଣ୍ଡଲଜା ଅଞ୍ଚଳରେ ୟୁସୁଫ ପଠାନଙ୍କ ବଙ୍ଗଳା ରହିଛି। ଏହାକୁ ଲାଗି ରହିଥିବା ଜମିକୁ ମଧ୍ୟ ସେ ନିଜ ନିୟନ୍ତ୍ରଣରେ ରଖିଥିଲେ। ଏହାକୁ ନେଇ ବିବାଦ ହେବାରୁ ୟୁସୁଫ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଉକ୍ତ ପ୍ଲଟକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ହେଁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ରାୟ ଦେବା ବେଳେ ହାଇକୋର୍ଟ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ନୀତିର ଉଦାହରଣ ଦେଇଛନ୍ତି। ଆଇନଗତ ମାମଲାରେ ସେଲେବ୍ରିଟିମାନଙ୍କୁ ଅନୁକମ୍ପା ଦେଖାଇବା ସାମାଜ ପ୍ରତି ଭୁଲ ବାର୍ତ୍ତା ଓ ଏହା ପ୍ରଚଳିତ ଆଇନର ଉଲ୍ଲଙ୍ଘନ ସହ ସମାନ ବୋଲି କୋର୍ଟ କହିଛନ୍ତି।

Advertisment

କୋର୍ଟ କହିଛନ୍ତି, “ଜଣେ ଜାତୀୟ ପ୍ରତିନିଧି ଓ ସେଲେବ୍ରିଟି ଭାବେ ପଠାନଙ୍କ ଦାୟିତ୍ୱ ହେଲା ସେ ଆଇନକୁ ଅନୁସରଣ କରିବା। ଲୋକପ୍ରିୟତା ଯୋଗୁ ସେଲେବ୍ରିଟିଙ୍କ ବ୍ୟବହାର ସାଧାଣ ଲୋକ ଓ ସମାଜର ମୂଲ୍ୟବୋଧ ଉପରେ ପ୍ରଭାବ ପକାଇ ଥାଏ। ଆଇନର ଉଲ୍ଲଙ୍ଘନ ସତ୍ତ୍ୱେ ସେଭଳି ବ୍ୟକ୍ତିବିଶେଷଙ୍କୁ ଅନୁକମ୍ପା ପ୍ରଦର୍ଶନ କରିବା ଗୋଟିଏ ଭୁଲ ବାର୍ତ୍ତା ଦେବ। ସାଧାରଣ ଲୋକଙ୍କ ବିଶ୍ୱାସ ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ଏହା ପ୍ରଭାବିତ କରିବ।”

ପୂରା ବିବାଦ ୨୦୧୨ରେ ଆରମ୍ଭ ହୋଇଥିଲା। ବଦୋଦରା ପୌର ପାଳିକା (ଭିଏମସି) ୟୁସୁଫ ପଠାନଙ୍କୁ ନୋଟିସ କରି ସେ ଜବରଦଖଲ କରିଥିବା ସରକାରୀ ଜମିକୁ ଖାଲି କରିବାକୁ କହିଥିଲା। ପଠାନ ଏହି ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ ପଠାନ ବେଆଇନ ଭାବେ ସରକାରୀ ପ୍ଲଟକୁ ନିଜ ଦଖଲରେ ରଖିଥିବା କୋର୍ଟ ହୃଦୟଙ୍ଗମ କରିଛନ୍ତି।

ୟୁସୁଫ ପଠାନ ତାଙ୍କ ଆବେଦନରେ କହିଥିଲେ ଯେ ପରିବାର ଲୋକଙ୍କ ସୁରକ୍ଷା ପାଇଁ ଉକ୍ତ ଜମିକୁ କିଣିବା ପାଇଁ ସରକାର ତାଙ୍କ ଭାଇ ତଥା ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କୁ ଅନୁମତି ଦିଅନ୍ତୁ। ଏଥିସହ ସେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କୁ ଜମି କିଣିବାର ଅନୁମତି ଦେବାକୁ ଗୋଟିଏ ଅନୁରୋଧ ପତ୍ର ପଠାଇଥିଲେ। ଏହାକୁ ଭିଏମସି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଥିଲା। ହେଲେ ପଠାନଙ୍କ ଆବେଦନକୁ ୨୦୧୪ରେ ଅଗ୍ରାହ୍ୟ ହୋଇଯାଇଥିଲା। 

ସରକାର ଆବେଦନକୁ ଅଗ୍ରାହ୍ୟ କରିଥିଲେ ହେଁ ୟୁସୁଫ ପଠାନ ସରକାର ଜମିକୁ ଜବରଦଖଲ କରି ରଖିଥିଲେ। ଏବେ କିନ୍ତୁ ହାଇକୋର୍ଟ ଏହାକୁ ଖାଲି କରିବାକୁ କହିଛନ୍ତି।

Gujarat High Court Of Gujarat Yusuf Pathan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe