Advertisment

ଅଣ୍ଡରୱାର୍ଲ୍ଡ ଡନ୍‌କୁ ଜେଲରୁ ଖଲାସ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୦୦୬ ମସିହା ଜାନୁଆରୀ ୧୦ରେ ସରକାର ଆଗୁଆ ଖଲାସ ପାଇଁ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଅରୁଣ ଆବେଦନ କରିଥିଲା।

Don

Don

Advertisment

ସଜା ପୂରିବା ଆଗରୁ ଅଣ୍ଡରୱାର୍ଲ୍ଡ ଡନ୍‌ ଅରୁଣ ଗାୱଲିକୁ ଜେଲରୁ ଖଲାସ କରିବାକୁ କହିଛନ୍ତି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ। ଜଷ୍ଟିସ ବିନୟ ଯୋଶୀ ଓ ଜଷ୍ଟିସ ଭି ଯୋଶୀଙ୍କ ଖଣ୍ଡପୀଠ ଆଗୁଆ ଖଲାସ ପାଇଁ ଅରୁଣ କରିଥିବା ଆବେଦନକୁ ଗ୍ରହଣ କରି ତା’ ସପକ୍ଷରେ ରାୟ ଦେଇଛନ୍ତି। ୨୦୦୬ ମସିହା ଜାନୁଆରୀ ୧୦ରେ ସରକାର ଆଗୁଆ ଖଲାସ ପାଇଁ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଅରୁଣ ଆବେଦନ କରିଥିଲା।

Advertisment

୨୦୧୨ ମସିହା ଅଗଷ୍ଟ ୩ରେ ଅରୁଣ ସମେତ ଆଉ ୧୧ ଜଣଙ୍କୁ ଶିବସେନାର ପୂର୍ବତନ ବିଧାୟକ କମଳାକର ଜାମସାନ୍ଦେକରଙ୍କ ହତ୍ୟା ମାମଲାରେ ସେସନ୍ସ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

ମୋକା କୋର୍ଟ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ଅରୁଣ ଉପରେ ୧୭ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଥିଲେ। ହେଲେ ଏବେ ନାଗପୁର ବେଞ୍ଚ ତା’କୁ ଛାଡ଼ିବା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ବିଚାର କରିବା ପାଇଁ ସରକାରଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି।

Advertisment
Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe