Advertisment

ବୁଲଡୋଜର ଅପରେସନ ଉପରେ ହାଇକୋର୍ଟଙ୍କ ରୋକ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡେପୁଟି କମିଶନର ଧୀରେନ୍ଦ୍ର ଖାଡଗାଟା ବୁଲଡୋଜର ଅପରେସନକୁ ବନ୍ଦ କରିବା ପାଇଁ ଅଧିକାରୀମାନଙ୍କୁ କହିଛନ୍ତି।

author-image
Hemant Lenka
Haryana

Haryana

ସାଂପ୍ରଦାୟିକ ଦଙ୍ଗା ପରେ ହରିଆଣାର ନୁହ୍‌ରେ ଆରମ୍ଭ ହୋଇଥିବା ବୁଲଡୋଜର ଅପରେସନକୁ ଶକ୍ତ ଝଟକା। ହିଂସା ପରେ ସରକାର ବିଭିନ୍ନ ସଂସ୍ଥା ଉପରେ ବୁଲଡୋଜର ଚଳାଇବା ଆରମ୍ଭ କରି ସେଗୁଡ଼ିକ ମାଟିରେ ମିଶାଇବା ଥିଲେ। କିନ୍ତୁ ଆଜି ପଞ୍ଜାବ-ହରିଆଣା ହାଇକୋର୍ଟ ଏହି ବୁଲଡୋଜର ଅପରେସନ ଉପରେ ରୋକ ଲଗାଇ ଦେଇଛନ୍ତି।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡେପୁଟି କମିଶନର ଧୀରେନ୍ଦ୍ର ଖାଡଗାଟା ବୁଲଡୋଜର ଅପରେସନକୁ ବନ୍ଦ କରିବା ପାଇଁ ଅଧିକାରୀମାନଙ୍କୁ କହିଛନ୍ତି। ନୁହରେ ଗତ ସୋମବାର ସାଂପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲ। ଏଥିରେ ୬ ଜଣଙ୍କ ଜୀବନ ଯାଇଥିଲା। ଦଙ୍ଗାକାରୀମାନେ ଶତାଧିକ ଗାଡ଼ି, ଦୋକାନ ଓ ଘର ଜାଳି ଦେଇଥିଲେ।

ଏହାପରେ ପ୍ରଶାସନ ନୁହରେ ବେଆଇନ ଉଚ୍ଛେଦ ନାଁରେ ବୁଲଡୋଜର ଅପେରସନ ଆରମ୍ଭ କରିଥିଲା। ଗଲା ୪ ଦିନ ମଧ୍ୟରଆ ପ୍ରଶାସନ ୩୫୦ରୁ ଅଧିକ ଝୁମ୍ଫୁଡି ଓ ୫୦ଟି ସିମେଣ୍ଟରେ ତିଆରି ଭିତ୍ତିଭୂମିକୁ ଭାଙ୍ଗି ଦେଇଛି। ଏହା ମଧ୍ୟରେ ୩୦ରୁ ଅଧିକ ମେଡିସିନ ଦୋକାନ ମଧ୍ୟ ରହିଛି।

Advertisment

ହିଂସା ପରେ ହରିଆଣା ସରକାର ମୁସଲିମ ସଂପ୍ରଦାୟର ଲୋକଙ୍କ ପ୍ରତିଷ୍ଠାନକୁ ଟାର୍ଗେଟ କରି ଭାଙ୍ଗୁ ଥିବା ଅଭିଯୋଗ ହୋଇଥିଲା। ସେହିପରି ଯେଉଁମାନଙ୍କ ଘର ଭଙ୍ଗା ଯାଉଥିଲା, ସେମାନଙ୍କୁ ମଧ୍ୟ ଆଗୁଆ ଏହାକୁ ଖାଲି କରିବା ପାଇଁ ପ୍ରଶାସନ ନୋଟିସ ଦେଉ ନଥିବା ଅଭିଯୋ ଆସିଥିଲା।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ହାଇକୋର୍ଟ ନିଜ ଆଡ଼ୁ ଏହାର ଶୁଣାଣି କରିଥିଲେ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବୁଲଡୋଜର କେଉଁ ପ୍ରତିଷ୍ଠାନ ବିରୋଧରେ ଚାଲି ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Communal Violence Haryana News Haryana Clashes