Advertisment

ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ ସିବିଆଇ

ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜୋର ଜବରଦସ୍ତି ବଟି ଆଦାୟ, ଜମି ହଡପ ଓ ଯୌନ ଉତ୍ପୀଡନ ମାମଲାର ତଦନ୍ତ ସିବିଆଇ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
Sandeshkhali Case

Sandeshkhali Case

ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ଏବେ ତଦନ୍ତ କରିବ ସିବିଆଇ। ସନ୍ଦେଶଖାଲିର ଦୁଷ୍କର୍ମ, ଯୌନ ନିର୍ଯାତନା ଓ ଜମି ହଡପ ମାମଲାର ସିବିଆଇକୁ ତଦନ୍ତ କରିବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ପଶ୍ଚିମବଙ୍ଗର ଟିଏମ୍‌ସି ସରକାରକୁ ଏକ ଝଟ୍‌କା ଲାଗିଛି।

Advertisment

ବୁଧବାର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜୋର ଜବରଦସ୍ତି ବଟି ଆଦାୟ, ଜମି ହଡପ ଓ ଯୌନ ଉତ୍ପୀଡନ ମାମଲାର ତଦନ୍ତ ସିବିଆଇ କରିବ। ସନ୍ଦେଶଖାଲି ମାମଲାର ଜଟିଳତାକୁ ବିଚାରକୁ ନେଇ ନିରପେକ୍ଷ ତଦନ୍ତ କରାଯିବାରେ କୌଣସି ସନ୍ଦେହ ନାହିଁ। ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି ତାଙ୍କୁ ରାଜ୍ୟ ତଦନ୍ତ ପାଇଁ ଉଚିତ ସମର୍ଥନ ଦେବ। ଅଭିଯୋଗ ଗ୍ରହଣ ପାଇଁ ଏକ ପୋର୍ଟାଲ୍/ ଇମେଲ୍ ଆଇଡି ଉନ୍ମୋଚନ କରାଯିବ।

ମାମଲାର ତଦନ୍ତ କରି ସିବିଆଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବ। ଏହି ରିପୋର୍ଟରେ ଉଭୟ ଜମିର ଜବରଦଖଲ ଉଚ୍ଛେଦ ଏବଂ ଯୌନ ମାମଲା ସଂପର୍କରେ ଉଲ୍ଲେଖ ରହିବ। ସାଧାରଣ ଲୋକ, ସରକାରୀ ବିଭାଗ, ଅଣ-ସରକାରୀ ସଂଗଠନ (ଏନଜିଓ) ଙ୍କ ସମେତ ଯେକୌଣସି ବ୍ୟକ୍ତିଙ୍କୁ ପଚାରିବାର ଏଜେନ୍ସି ପାଖରେ କ୍ଷମତା ରହିବ ବୋଲି କୋର୍ଟ କହିଛନ୍ତି।

Advertisment

କୋର୍ଟ କହିଛନ୍ତି ଯେ, 'କୋର୍ଟ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବେ। ୧୫ ଦିନ ମଧ୍ୟରେ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ। ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲାଗଯିବ। ଆବଶ୍ୟକ ଅନୁଯାୟୀ ରାଜ୍ୟ ପାଣ୍ଠି ପ୍ରଦାନ କରିବେ। '

ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହାକୁ ନେଇ କୋର୍ଟ କହିଛନ୍ତି, ଜାନୁଆରୀ ୫ ତାରିଖରେ ସନ୍ଦେଶଖଶଲିରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ ଉପରେ କୋର୍ଟ ତଦାରଖ କରିବେ।

CBI Calcutta High Court Sandeshkhali Case