Advertisment

ପୁଲିସ ଗୁଳିରେ ବଦଲାପୁର ଅଭିଯୁକ୍ତର ମୃତ୍ୟୁ ଘଟଣା: ପ୍ରଶ୍ନ ବାଣରେ ଘାଇଲା କଲେ ହାଇକୋର୍ଟ

କେଛଁ ପରିସ୍ଥିତିରେ ୨୪ ବର୍ଷୀୟ ଅକ୍ଷୟ ସିନ୍ଦେର ମୃତ୍ୟୁ ହେଲା, ତା’କୁ ନେଇ କୋର୍ଟ ପୁଲିସ୍‌କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।

Badlapur

Badlapur

Advertisment

ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ଘଟଣାର ଅଭିଯୁକ୍ତ ଅକ୍ଷୟ ସିନ୍ଦେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇବାର ୨ ଦିନ ପରେ ଆଜି ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି। କେଛଁ ପରିସ୍ଥିତିରେ ୨୪ ବର୍ଷୀୟ ଅକ୍ଷୟ ସିନ୍ଦେର ମୃତ୍ୟୁ ହେଲା, ତା’କୁ ନେଇ କୋର୍ଟ ପୁଲିସ୍‌କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।

Advertisment

ଫେକ ଏନକାଉଣ୍ଟରରେ ଅକ୍ଷୟ ସିନ୍ଦେକୁ ଗୁଳି କରି ପୁଲିସ୍‌ ହତ୍ୟା କରିଛି ଓ ଏହାର ଏସଆଇଟି ତଦନ୍ତ ଦାବିରେ ତା’ ବାପା କରିଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି। ଅକ୍ଷୟ ସିନ୍ଦେ ଦୁଇ ଜଣ ନାବାଳିକାଙ୍କୁ ବଦଲାପୁରର ଗୋଟିଏ ସ୍କୁଲରେ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିଲା। 

ସ୍କୁଲରେ ସୁଇପର ଭାବେ କାମ କରୁଥିବା ସିନ୍ଦେକୁ ସୋମବାର ପୁଲିସ୍‌ ତଲୋଜା ଜେଲରୁ ବଦଲାପୁର ନେଉଥିଲା। ସେ ଭ୍ୟାନରେ ବସିଥିବା ବେଳେ ଜଣେ ପୁଲିସ୍‌ ଅଧିକାରୀଙ୍କ ଠାରୁ ପିସ୍ତଲ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ଏଥିରେ ଜଣେ ଆସିସଷ୍ଟାଣ୍ଟ ଇନସପେକ୍ଟର ଆହତ ହୋଇଥିବା ବେଳେ ପୁଲିସ୍‌ର ପାଲଟା ଗୁଳି ମାଡ଼ରେ ସିନ୍ଦେର ମୃତ୍ୟୁ ହୋଇଥିବା ପୁଲିସ କହିଛି।

Advertisment

ଏହି ପ୍ରସଙ୍ଗରେ ଜଷ୍ଟିସ ରେବତୀ ମୋହିତେ ଡେରେ ଓ ଜଷ୍ଟିସ ପୃଥ୍ୱୀରାଜ ଚୌହାନଙ୍କ ଖଣ୍ଡପୀଠଙ୍କୁ ଆବେଦନକାରୀ ଆନ୍ନା ସିନ୍ଦେଙ୍କ ଓକିଲ କହିଛନ୍ତି ଯେ ଅଭିଯୁକ୍ତ ଦିନକ ତଳେ ତା’ର ବାପା ମା’ଙ୍କୁ ଭେଟିଥିଲେ। ପୁଲିସ୍‌ କରିଥିବା ଅଭିଯୋଗ ଭଳି କାଣ୍ଡ ସେ ଘଟାଇବ ବୋଲି ଆଦୌ ତା’ ମାନସିକ ଅବସ୍ଥାରୁ ଜଣାପଡ଼ୁ ନଥିଲା।

ମାମଲା ଚାଲୁ ରହିଥିବା ବେଳେ କିଏ ଦୋଷୀ ପୁଲିସ ତା’ର ନିଷ୍ପତ୍ତି ନେଇ ଯାଇଛି। ଆଇନକୁ କାର୍ଯ୍ୟକାରୀ କରିବା ନିହାତି ଜରୁରୀ। ଏପରି ଘଟଣା ଗୋଟିଏ ଖରାପ ଉଦାହରଣ ସୃଷ୍ଟି କରିଛି ଓ ପୁଲିସ୍‌କୁ ସମାନ ଘଟଣା ଘଟାଇବାକୁ ପ୍ରୋତ୍ସାହିତ କରୁଛି। ତେଣୁ କୋର୍ଟ ନେତୃତ୍ୱାଧୀନ ଏସଆଇଟି ଘଟଣାର ତଦନ୍ତ କରୁ ବୋଲି ଓକିଲ ଜଣଙ୍କ ଦାବି କରିଛନ୍ତି।

କୋର୍ଟ ଯେତେବେଳେ ମୃତ୍ୟୁର କାରଣ ପଚାରିଲେ ସେତେବେଳେ ରାଜ୍ୟ ସରକାରଙ୍କ ଓକିଲ କହିଥିଲେ ଯେ “ବାମ ପଟ ଜଙ୍ଘରେ ଗୁଳି ମାଡ଼ ହୋଇଥିଲା। ସିନ୍ଦେ ପିସ୍ତଲ ଛଡ଼ାଇ ନେଇଥିଲା। ପିସ୍ତଲର ଉପର ପାର୍ଶ୍ୱକୁ ଭିଡ଼ିବା ପରେ ଅଭିଯୁକ୍ତ ସ୍ଲାଇଡରକୁ ଭିଡ଼ିଥିଲା। ଏହା ଅନଲକ ହୋଇଯିବାରୁ ସେ ଗୁଳି ଚଳାଇଥିଲା।“

ତେବେ କୋର୍ଟ ଏହାକୁ ବିଶ୍ୱାସ କରିବା ବହୁତ କଷ୍ଟକର। ସ୍ଲାଇଡର ପପ କରିବା ପାଇଁ ବଳ ଦରକାର। ଜଣେ ସାଧାରଣ ଲୋକ କେବେ ହେଲେ ବିନା ତାଲିମରେ ପିସ୍ତଲ ଚଳାଇ ପାରିବ ନାହିଁ। ରିଭଲଭର କଥା ଅଲଗା। ଆପଣଙ୍କ କହିବା କଥା ସେ ୩ଟି ଗୁଳି ଚଳାଇଥିଲା। କେବଳ ଗୋଟିଏ ପୁଲିସ୍‌ ଅଫିସରଙ୍କ ଦେହରେ ବାଜିଥିଲା। ବାକି ଗୁଳି କୁଆଡ଼େ ଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଆଣ୍ଠୁ ତଳକୁ ଗୁଳି ଚଳାଇବାର ପ୍ରାବଧାନ ଥିବା କଥା କୋର୍ଟ କହିବାରୁ ସରକାରୀ ଓକିଲ ଜଣଙ୍କ ଜବାବ ଦେଇଥିଲେ ଯେ ପୁଲିସ ପାଖରେ ଗୁଳି ଭାବିଚିନ୍ତି ଚଳାଇବାକୁ ସମୟ ନଥିଲା। କୋର୍ଟ ପୁଣି ପ୍ରଶ୍ନ କରିଥିଲେ ଯେ “ପୁଲିସ୍‌ ଅଭିଯୁକ୍ତକୁ କାବୁ କରି ପାରି ନଥିଲା ବୋଲି ଆମେ କେମିତି ବିଶ୍ୱାସ କରିବୁ? ସେ ୩ ଥର ଗୁଳି ଚଳାଇଲା ବେଳେ ଆପଣମାନେ(ପୁଲିସ୍‌) କେଉଁଠି ଥିଲେ?

ଆପଣମାନେ ତା’କୁ କାବୁ କରି ପାରିଥାଆନ୍ତେ। କାରଣ ସେ ଆଦୌ ଜଣେ ବିରାଟକାୟ ମଣିଷ ନଥିଲା। ଏହାକୁ କେବେ ହେଲେ ଏନକାଉଣ୍ଟର ଭାବେ ବିବେଚନା କରାଯାଇ ପାରିବ ନାହିଁ। ଏହା ଏନକାଉଣ୍ଟର ନୁହେଁ।”

ଅଭିଯୁକ୍ତ ଯାଉଥିବା ରାସ୍ତାରେ ସିସିଟିଭି କ୍ୟାମେରା ରହିଥିଲା କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହାର ଜବାବରେ ରାଜ୍ୟ ସରକାର କହିଛନ୍ତି ଯେ ପୂରା ରାସ୍ତାରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ। କୋର୍ଟ କହିଛନ୍ତି, “ଗୋଟିଏ ନିରପେକ୍ଷ ତଦନ୍ତ ହେବ ବୋଲି ଆମର ଆଶା। ଯଦି ଆମେ କିଛି ଗଫଲାତି ପାଇଲୁ, ତା’ହେଲେ ବାଧ୍ୟ ହୋଇ ନିର୍ଦ୍ଦେଶ ପାରିତ କରିବୁ।”

Maharashtra Police Badlapur Sex Abuse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe