Advertisment

ସନ୍ଦେଶଖାଲି ମାମଲା: ଯଦି ସତ, ତା’ହେଲେ ଅତ୍ୟନ୍ତ ଲଜ୍ଜା; ବେଙ୍ଗଲ ସରକାରଙ୍କ ଉପରେ ବର୍ଷିଲେ କୋର୍ଟ

ଯଦି ଗୋଟିଏ ବି ସତ୍ୟପାଠ ସତ ହୋଇଥିବ, ତା’ହେଲେ ଏହା ଲଜ୍ଜାଜନକ। ଯଦି ବି ଏଥିରେ ୧% ସତ ଥିବ, ତା’ହେଲେ ଏହା ଅତ୍ୟନ୍ତ ସାଂଘାତିକ।

Bengal

Bengal

Advertisment

ସନ୍ଦେଶଖାଲି ଘଟଣାରେ ଆଜି ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି କଲିକତା ହାଇକୋର୍ଟ। ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ସେମାନଙ୍କ ଜମି ହଡ଼ପ କରାଯାଇଥିବା ଘଟଣାର ତଦନ୍ତ ଦାବିରେ ହୋଇଥିବା ସତ୍ୟପାଠର ଶୁଣାଣି ଆଜି ହାଇକୋର୍ଟ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ସନ୍ଦେଶଖାଲି କ୍ଷମତାସୀନ ଟିଏମସି ଓ ବିଜେପି ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି।

Advertisment

ଆଜି ଏହାର ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍‌ ଶିବଜ୍ଞାନମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ଉଦ୍ଦେଶ୍ୟରେ କହିଛନ୍ତି, ଯଦି ଗୋଟିଏ ବି ସତ୍ୟପାଠ ସତ ହୋଇଥିବ, ତା’ହେଲେ ଏହା ଲଜ୍ଜାଜନକ। ଯଦି ବି ଏଥିରେ ୧% ସତ ଥିବ, ତା’ହେଲେ ଏହା ଅତ୍ୟନ୍ତ ସାଂଘାତିକ। ପଶ୍ଚିମବଙ୍ଗ ପଚାରୁଛି ଯେ ଏହା କ’ଣ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ?

ଯଦି ଗୋଟିଏ ସତ୍ୟପାଠ ପ୍ରମାଣିତ ହୋଇଯାଏ, ତା’ହେଲେ ସବୁ କିଛି ଭୁଶୁଡ଼ି ପଡ଼ିବ। ପୂରା ଜିଲ୍ଲା ପ୍ରଶାସନ ଓ ଶାସକ ଦଳ ୧୦୦% ଏହାର ଉତ୍ତରଦାୟୀ ରହିବେ ବୋଲି ଜଷ୍ଟିସ ଶିବଜ୍ଞାନମ କହିଛନ୍ତି।

Advertisment

ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ଛଡ଼ାଇ ଆଣିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶେଖ ଶାହଜାହାଁ। ତାଙ୍କ ଓକିଲଙ୍କ ଉପରେ ଆଜି ହାଇକୋର୍ଟ ବର୍ଷିଛନ୍ତି। ଶାହାଜାହାଁ ମୁଖ୍ୟ ଅଭିଯୁକ୍ତ ଥିଲେ ହେଁ ସେ ପ୍ରାୟ ୨ ମାସ ଧରି ଫେରାର ଥିଲେ। ଶେଷରେ ଫେବୃଆରୀ ୨୯ରେ ବେଙ୍ଗଲ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ବିଳମ୍ବିତ ଗିରଫଦାରୀ ଓ ଫେରାରକୁ ନେଇ ଜଷ୍ଟିସ ଶିବଜ୍ଞାନ ଆଜି ଶାହାଜାହାଁଙ୍କ ଓକିଲଙ୍କୁ କହିଛନ୍ତି, “୫୫ ଦିନ ହେଲା ଆପଣ ଫେରାର ଥିଲେ। ଲୁଚ କାଳି ଖେଳ ଖେଳୁଥିଲେ। ଏହାପରେ ଆପଣ ଗୋଟିଏ ଅସ୍ପଷ୍ଟ ମୁଦ୍ରା ଗ୍ରହଣ କରିଥିଲେ। ଆପଣ ନିଜର ଆଖି ବନ୍ଦ କରି ଦେଲେ ପୂରା ଦୁନିଆ ଅନ୍ଦାର ହୋଇଯାଏ ନାହିଁ।”

ଏହାର ଜବାବରେ ଶାହାଜାହାଁଙ୍କ ଓକିଲ କହିଥିଲେ, “ ଜାମିନ ଆବେଦନ ପଡ଼ି ରହିଥିବା ବେଳେ ମୋ କ୍ଲାଏଣ୍ଟଙ୍କୁ ଫେରାର ବୋଲି କୁହାଯାଇଥିଲା।” ତେବେ କୋର୍ଟ ଏହା ଉପରା ରାୟ ସଂରକ୍ଷିତ ରଖି ଦେଇଛନ୍ତି।

ଏହାର ପୂର୍ବ ଶୁଣାଣିରେ ହାଇକୋର୍ଟ ବେଙ୍ଗଲ ପୁଲିସ୍‌କୁ ସଂପୂର୍ଣ୍ଣ ଭାବେ ପକ୍ଷପାତିକା ବୋଲି କହିବା ସହ ଗୋଟିଏ ନିରପେକ୍ଷ, ସ୍ୱଚ୍ଛ ତଦନ୍ତ ପାଇଁ କହିଥିଲେ। ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଏହା ଠାରୁ ଆଉ ବଡ଼ ମାମଲା କିଛି ହୋଇ ନ ହୋଇପାରେ।

Mamata Banerjee West Bengal Sandeshkhali Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe