Advertisment

କେଜ୍ରିୱାଲ ବିରୋଧୀ ପିଆଇଏଲ ହାଇକୋର୍ଟରେ ଖାରଜ

ଦିଲ୍ଲୀ ହାଇକୋର୍ଟର ଅସ୍ଥାୟୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗର ମେରିଟ ଉପରେ କମେଣ୍ଟ ଦେବାକୁ ମନା କରି ଦେଇଛନ୍ତି।

Arvind Kejriwal

Arvind Kejriwal

Advertisment

ଅବକାରୀ ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ପିଆଇଏଲକୁ ଆଜି ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଗିରଫ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପାଇଁ ପିଆଇଏଲ ଜରିଆରେ ନିବେଦନ କରାଯାଇଥିଲା। କିନ୍ତୁ ହାଇକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି।

Advertisment

ଦିଲ୍ଲୀ ହାଇକୋର୍ଟର ଅସ୍ଥାୟୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗର ମେରିଟ ଉପରେ କମେଣ୍ଟ ଦେବାକୁ ମନା କରି ଦେଇଛନ୍ତି।

ଏହା ନ୍ୟାୟପାଳିକାର କ୍ଷମତା ପରିସରର ବାହାରେ ରହିଛି। ଆଇନ ଅନୁସାରେ ସରକାରଙ୍କ ବିଭିନ୍ନ ଶାଖା ଏହାର ପରୀକ୍ଷାନିରୀକ୍ଷା କରିବାର ହକଦାର ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଖଣ୍ଡପୀଠର ଅନ୍ୟତମ ବିଚାରପତି ହେଲେ ଜଷ୍ଟିସ ମନମୀତ ପିଏସ୍‌ ଅରୋରା।

Advertisment

ଶୁଣାଣି ବେଳେ କୋର୍ଟ ଆବେଦନକାରୀ ସୁରଜିତ ସିଂହ ଯାଦବଙ୍କ ଓକିଲଙ୍କୁ ପଚାରି ଥିଲେ ଯେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କୌଣସି ଆଇନଗତ କାରଣ ରହିଛି କି? ତାଙ୍କୁ କେଉଁ ଆଇନ ବଳରେ ମୁଖ୍ୟମନ୍ତ୍ରୀ ପଦରୁ ହଟା ଯିବ? ତେଣୁ ଏପରି ପିଏଆଇଏଲ ଉପରେ ଆମର ମତାମତ ଦେବାର ନାହିଁ। ଏହାକୁ ଖାରଜ କରାଯାଉଛି।

ମାର୍ଚ୍ଚ୨ ୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ୨୨ ତାରିଖରୁ ୭ ଦିନ ଅର୍ଥାତ ୨୮ ତାରିଖ ଯାଏ ରିମାଣ୍ଡରେ ନେଇଥିଲା। ଆଜି ପୁଣି ଇଡି ତାଙ୍କୁ ଆଉ ୪ ଦିନ ପାଇଁ ରିମାଣ୍ଡରେ ନେଇଛି।

Arvind Kejriwal Delhi High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe