Advertisment

ଜମି ଦୁର୍ନୀତି ବିବାଦ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀଙ୍କୁ ‘ହାଇକୋର୍ଟ’ ଆଶ୍ୱସ୍ତି

ହାଇକୋର୍ଟ ଶୁଣାଣି କରି ଆସନ୍ତା ୨୯ ତାରିଖ ଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଛନ୍ତି। ଅଗଷ୍ଟ ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Siddaramaiah

Siddaramaiah

Advertisment

ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗ ଘଟଣାରେ କଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଜି କର୍ଣ୍ଣାଟକା ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସିଦ୍ଦରମୈୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ଣ୍ଣାଟକା ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ ଶନିବାର ଅନୁମତି ଦେଇଥିଲେ। ଏହା ବିରୋଧ ସେ ହାଇକୋର୍ଟ ଯାଇଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରି ସିଦ୍ଦରମୈୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ଏହାର ଶୁଣାଣି କରି ଆସନ୍ତା ୨୯ ତାରିଖ ଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଛନ୍ତି। ଅଗଷ୍ଟ ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହାଇକୋର୍ଟ କହିଛନ୍ତି ଯେ ଏବେ ମାମଲା କୋର୍ଟରେ ରହିଛି ଓ ଆବେଦନ ଶୁଣାଣି ଶେଷ ହୋଇ ନାହିଁ। ତେଣୁ ପରବର୍ତ୍ତୀ ଶୁଣାଣି ଯାଏ ଟ୍ରାଏଲ କୋର୍ଟ ନିଜ ଶୁଣାଣିକୁ ସ୍ଥଗିତ ରଖିବେ।

Advertisment

ଆବେଦନକାରୀ ଦାଖଲ କରିଥିବା ପିଟିସନରେ ଏକାଧିକ ପଏଣ୍ଟ ଉପସ୍ଥାପନ କରିଛନ୍ତି। ପ୍ରାଥମିକ ଭାବେ ଜଣାପଡ଼ିଛି ଯେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦିଆଯିବା ବେଳେ ନିଜ ମୁଣ୍ଡର ବ୍ୟବହାର କରାଯାଇ ନାହିଁ। ଜୁଲାଇ ୨୬ରେ ଅଭିଯୋଗ ହୋଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତରବରିଆ ଭାବେ ନିର୍ଦ୍ଦେଶ ଦେବା ଭଳି ଜଣାପଡ଼ୁଥିବା କୋର୍ଟ କହିଛନ୍ତି।

ଶୁଣାଣି ବେଳେ ସିଦ୍ଦରମୈୟାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ଯେ ଯେମିତି କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତା’ର ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନୁମତି କର୍ଣ୍ଣାଟକାର ନିର୍ବାଚିତ ସରକାରଙ୍କୁ ଅସ୍ଥିର କରିବା ପାଇଁ ଚାଲିଥିବା ଉଦ୍ୟମର ଅଂଶବିଶେଷ।

୧୨ରୁ ୧୫ଟି ଅଭିଯୋଗ ମଧ୍ୟରୁ ରାଜ୍ୟପାଳ ନିର୍ଦ୍ଦିଷ୍ଟ ଭାବେ ଏହି ଘଟଣାକୁ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଥିବା ସିଙ୍ଘଭୀ ଯୁକ୍ତି ରଖିଥିଲେ। ଏହାକୁ ଶୁଣିବା ପରେ ପରେ କୋର୍ଟ ସିଦ୍ଦରମୈୟାଙ୍କୁ ୨୯ ତାରିଖ ଯାଏ ଆଶ୍ୱସ୍ତି ଦେଇଛନ୍ତି।

କର୍ଣ୍ଣାଟକରେ ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଜମି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଏହି ଅନିୟମିତତାରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀ ଫାଇଦା ପାଇଛନ୍ତି। ୨୦୨୧ ମସିହାରେ ମୁଦା ବିକାଶ ପାଇଁ ମହୀଶୂରର କେସାରେ ଗାଁରେ ପାର୍ବତୀଙ୍କର ୩ ଏକର ଜମି ଅଧିଗ୍ରହଣ କରିଥିଲା।

ପ୍ରତିବଦଳରେ ତାଙ୍କୁ ଦକ୍ଷିଣ ମହୀଶୂରର ଅଧିକ ଉନ୍ନତ ବିଜୟନଗର ଅଞ୍ଚଳରେ ଅନ୍ୟାନ୍ୟ ପ୍ଲଟ୍ ଦିଆଯାଇ ଥିଲା। ବିଜୟନଗର ପ୍ଲଟଗୁଡ଼ିକର ବଜାର ମୂଲ୍ୟ କେସାରେଠାରେ ଥିବା ମୂଳ ଜମି ତୁଳନାରେ ଯଥେଷ୍ଟ ଅଧିକ। ଏନେଇ କର୍ଣ୍ଣାଟକ ଦୁର୍ନୀତି ନିବାରଣ ଓ ପରିବେଶ ଫୋରମର ସଭାପତି ଟିକେ ଆବ୍ରାହମ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ।

Karnataka Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe