Advertisment

ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?

ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।

author-image
Hemant Lenka
Nikita

Nikita

ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପତ୍ନୀ ନିକିତା ସିଙ୍ଘାନିଆଙ୍କୁ ଲାଗିଛି ବଡ଼ ଝଟକା। ଅତୁଲଙ୍କ ଆତ୍ମହତ୍ୟା କରିବା ଘଟଣାରେ ରୁଜୁ ଏଫଆଇଆରରେ ନିକିତାଙ୍କ ନାଁ ରହିଛି। ଏଫଆଇଆରରୁ ନାଁ ହଟାଇବାକୁ ନିକିତା ଆବେଦନ କରିଥିଲେ ହେଁ ଏହାକୁ କର୍ଣ୍ଣାଟକା ହାଇକୋର୍ଟ ଖାରଜ କରିଦେଇଛନ୍ତି।

Advertisment

ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ। ଏହି ଚାପକୁ ସହ୍ୟ ନ କରିପାରି ଅତୁଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅତୁଲ ଆତ୍ମହତ୍ୟା କରିବା ପୂର୍ବରୁ ନିକତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ତେଣୁ ତାଙ୍କ ନାଁରେ ଏଫଆଇଆର ହୋଇଛି।

ଏଥରୁ ମୁକ୍ତି ପାଇବା ପାଇଁ ନିକିତା ଆବେଦନ କରିଥିଲେ ହେଁ ଜଷ୍ଟିସ ଏସଆର କ୍ରିଷ୍ଣ କୁମାରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏଫଆଇଆରରେ ଥିବା ତଥ୍ୟ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାକୁ ଇଙ୍ଗିତ କରୁଛି। ଏହା ଠାରୁ ଅଧିକା ଖଣ୍ଡପୀଠ କ’ଣ ଦେଖିବେ? ଅଭିଯୋଗରୁ ସବୁ କିଛି ସ୍ପଷ୍ଟ ଭାବେ କୁହାଯାଇଛି। କାହିଁକି ତୁମେ ତଦନ୍ତ ହେଉ  ବୋଲି ଚାହୁଁନ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

Advertisment

ଏହାପରେ କୋର୍ଟ ନିକିତାଙ୍କ ଓକିଲ କରୁଥିବା ଯୁକ୍ତିକୁ ଶୁଣିଥିଲେ। ଅତୁଲ ଛାଡ଼ି ଯାଇଥିବା ଭିଡିଓ ଓ ନୋଟରେ କୌଣସି ବି ସ୍ଥାନରେ ନିକିତା ବିରୋଧରେ ସାଂଘାତିକ କଥା କହିନାହାନ୍ତି। ଏହା ଶୁଣିବା ପରେ କୋର୍ଟ ସରକାରୀ ଓକିଲଙ୍କୁ ଏଯାଏ ହୋଇଥିବା ତଦନ୍ତରୁ କ’ଣ ସବୁ ମିଳିଛି, ତା’ର ତଥ୍ୟ ଉପସ୍ଥାପନ କରିବାକୁ କହିଛନ୍ତି।

Bengaluru Atul Subhash Suicide Case