Advertisment

ଘର ଉପରେ ଛିଣ୍ଡି ପଡ଼ିଲା ବିଦ୍ୟୁତ୍‌ ତାର, ୩୦ରୁ ଅଧିକ ଗୁରୁତର

ଗୁରସହାଗଞ୍ଜ ଅଞ୍ଚଳରେ ଗତକାଲି ଦିନ ସାରା ପ୍ରବଳ ବର୍ଷା ଓ ପବନ ଲାଗି ରହିଥିଲା। ପବନ ଜୋରରେ ବୋହିବାରୁ ହଠାତ୍‌ ବିଦ୍ୟୁତ୍‌ ତାର ଛିଣ୍ଡି କିଛି ଲୋକଙ୍କ ଘର ଉପରେ ପଡ଼ି ଯାଇଥିଲା।

spot

spot

Advertisment

ଉତ୍ତରପ୍ରଦେଶର କନୌଜରେ ଘଟିଛି ଭୟଙ୍କର ଘଟଣା। ପ୍ରବଳ ବର୍ଷା, ବନ୍ୟା ଯୋଗୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ଛିଣ୍ଡି ଘର ଉପରେ ପଡ଼ିଲା। ଏଥିଯୋଗୁ ବହୁ ଘରେ ନିଆଁ ଲାଗି ଯାଇଥିବା ବେଳେ କରେଣ୍ଟ ସଂସ୍ପର୍ଶରେ ଆସି ପ୍ରାୟ ୩୦ ପାଖାପାଖି ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଅଛନ୍ତି। କନୌଜର ଗୁରସହାଗଞ୍ଜରେ ଏପରି ଅଭାବନୀୟ ଘଟଣା ଘଟିଛି।

Advertisment

ଗୁରସହାଗଞ୍ଜ ଅଞ୍ଚଳରେ ଗତକାଲି ଦିନ ସାରା ପ୍ରବଳ ବର୍ଷା ଓ ପବନ ଲାଗି ରହିଥିଲା। ପବନ ଜୋରରେ ବୋହିବାରୁ ହଠାତ୍‌ ବିଦ୍ୟୁତ୍‌ ତାର ଛିଣ୍ଡି କିଛି ଲୋକଙ୍କ ଘର ଉପରେ ପଡ଼ି ଯାଇଥିଲା। ଫଳରେ ଘରେ ବିଦ୍ୟୁତ୍‌ ସଂଯୋଗ ହୋଇ ଯାଇଥିବା ବେଳେ ନିଆଁ ଲାଗି ଯାଇଥିଲା।

ଏହି ଅଘଟଣରେ ପ୍ରାୟ ୩୦ ପାଖାପାଖି ଲୋକ ଗୁରୁତର ହୋଇଛନ୍ତି।  ଘରେ ବିଦ୍ୟୁତ୍‌ ସଂଯୋଗ ହେବା ସହ ନିଆଁ ଲାଗି ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଲା। ମାତ୍ର ସ୍ଥାନୀୟ ଲୋକେ ବହୁ କଷ୍ଟରେ ସମସ୍ତଙ୍କୁ ଘରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାପରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

Advertisment

ଗୁରୁତରଙ୍କ ମଧ୍ୟରେ ଗୋଟିଏ ପରିବାରର ୨୦ ଜଣ ରହିଛନ୍ତି। ତୁରନ୍ତ ଘରୁ ସମସ୍ତ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe