Advertisment

‘ବିଧବାଙ୍କୁ ଲୋଡ଼ା ନାହିଁ ମେକ୍‌ ଅପ୍‌!’ ଜଜ୍‌ଙ୍କ ମନ୍ତବ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଜଣେ ବିଧବାଙ୍କ ଉପରେ ହାଇକୋର୍ଟଙ୍କର ଏଭଳି ମନ୍ତବ୍ୟକୁ ଅତ୍ୟନ୍ତ ଆପତ୍ତିଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court on Makeup Remark

Supreme Court on Makeup Remark

Advertisment

ବିଧବା ମହିଳାଙ୍କୁ ଲୋଡ଼ା ନାହିଁ ମେକ୍‌ ଅପ୍‌। ପାଟନା ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ। ବୁଧବାର ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କୁ ତାଗିଦ କରିଛନ୍ତି। ଜଣେ ବିଧବାଙ୍କ ଉପରେ ହାଇକୋର୍ଟଙ୍କ ମନ୍ତବ୍ୟକୁ ଅତ୍ୟନ୍ତ ଆପତ୍ତିଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

Advertisment

ନିକଟରେ ପାଟନା ହାଇକୋର୍ଟରେ ଜଣେ ମହିଳାଙ୍କ ହତ୍ୟା ମାମଲାକୁ ନେଇ ଶୁଣାଣି ହୋଇଥିଲା। ପୀଡ଼ିତାଙ୍କ ଘରୁ ମେକ୍ଅପ୍‌ ସାମଗ୍ରୀ ମିଳିବାକୁ ନେଇ ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ ଯେ ଜଣେ ବିଧବା ମହିଳାଙ୍କ ପାଇଁ ମେକ୍ ଅପ୍‌ ଆବଶ୍ୟକ ନାହିଁ। ଏହି ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଅତ୍ୟନ୍ତ ଆପତ୍ତିଜନକ ବୋଲି କହିଛନ୍ତି। ଏଭଳି ମନ୍ତବ୍ୟ ନ୍ୟାୟପାଳିକାଠାରୁ ଆଶା କରାଯାଉନଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।

ଏଭଳି ମନ୍ତବ୍ୟ ଆଇନଗତ ଭାବେ ଗ୍ରହଣୀୟ ନୁହେଁ ବୋଲି ପାଟନା ହାଇକୋର୍ଟଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ସତ୍ୟେନ୍ଦ୍ର ଚନ୍ଦ୍ର ଶର୍ମାଙ୍କ ଏକ ବେଞ୍ଚ କହିଛନ୍ତି ଯେ ଏଭଳି ମନ୍ତବ୍ୟ ଆଇନ ଅନୁଯାୟୀ ଠିକ ନୁହେଁ। କୋର୍ଟ କହିଛନ୍ତି ଯେ ଏହି ମନ୍ତବ୍ୟ କୌଣସି ପ୍ରମାଣ ଆଧାରରେ କରାଯାଇ ନାହିଁ ଏବଂ ବିଚାରପତିଙ୍କ ଏଭଳି ମନ୍ତବ୍ୟ ନ୍ୟାୟପାଳିକାର ସମ୍ବେଦନଶୀଳତା ଏବଂ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ଏହି ମାମଲା ୧୯୮୫ର ଏକ ହତ୍ୟା ମାମଲା ସହିତ ଜଡ଼ିତ। ପାଟନାର ମୁଙ୍ଗେର୍‌ରେ ଜଣେ ମହିଳାଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ପାଟନା ହାଇକୋର୍ଟ ଏହି ମାମଲାରେ ୫ ଜଣଙ୍କୁ ଦଣ୍ଡିତ କରିଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ସେହିପରି ଅନ୍ୟ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।

ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ପୀଡ଼ିତାଙ୍କ ଘରୁ ମିଳିଥିବା ମେକ୍ଅପ୍ ସାମଗ୍ରୀକୁ ସେ ସେଠାରେ ଥିବା ନେଇ ପ୍ରମାଣ ଭାବରେ ଗ୍ରହଣ କରିଥିଲେ। ଜଣେ ବିଧବା ମହିଳା ମଧ୍ୟ ସେହି ଘରେ ରହୁଥିଲେ। ହାଇକୋର୍ଟ ଏହା ଉପରେ କହିଥିଲେ ଯେ ମେକ୍ ଅପ୍ ସାମଗ୍ରୀ ବିଧବା ମହିଳାଙ୍କର ହୋଇ ନଥିବ, କାରଣ ତାଙ୍କୁ ମେକ୍ଅପ୍‌ ଦରକାର ନାହିଁ।

ତେବେ ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କ ଏହି ଯୁକ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ପ୍ରମାଣ ଆଧାରରେ ଏହି ଯୁକ୍ତିକୁ ବିଚାର କରାଯାଇପାରିବ ନାହିଁ ବୋଲି କହିଛନ୍ତି। ଏଥିସହ ପ୍ରମାଣ ଅଭାବ ଥିବା ଦର୍ଶାଇ ସୁପ୍ରିମକୋର୍ଟ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Supreme Court Patna High Court Remark On Widow Make-Up
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe