Advertisment

ପୁଣି ବଢ଼ିଲା କଂଗ୍ରେସର ଚିନ୍ତା, ପରିଚୟ ବଦଳାଇଲେ ବିକ୍ରମାଦିତ୍ୟ

ଦିନକ ପୂର୍ବେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ବାପାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ଆଣି ସୁଖବିନ୍ଦର ସିଂହ ସୁଖୁ କ୍ୟାବିନେଟରୁ କାନ୍ଦି କାନ୍ଦି ଇସ୍ତଫା ଘୋଷଣା କରିଥିଲେ।

Vikramaditya Singh

Vikramaditya Singh

Advertisment

ହିମାଚଳ ପ୍ରଦେଶ କଂଗ୍ରେସର ଟେନ୍‌ସନ୍‌ କମ୍‌ ହେବା ନାଁ ଧରୁ ନାହିଁ। କାନ୍ଦି କାନ୍ଦି ଇସ୍ତଫା ଦେଇଥିବା ମନ୍ତ୍ରୀ ବିକ୍ୟମାଦିତ୍ୟ ସିଂହଙ୍କୁ ମନାଇବା ପାଇଁ ଅନେକ ଚେଷ୍ଟା ଚାଲିଛି। କିନ୍ତୁ ସେ ମାନିବାକୁ ରାଜି ନୁହନ୍ତି। ତାଙ୍କ ଅସନ୍ତୋଷ କମୁ ନାହିଁ। ସେ ପୁଣିଥରେ ଏଭଳି କିଛି ପଦକ୍ଷେପ ନେଇଛନ୍ତି ଯାହାକୁ ଦେଖି ସେ ଦଳ ଛାଡିବାକୁ ଯାଉଥିବା ନେଇ ଚର୍ଚ୍ଚା ବଢ଼ି ଯାଇଛି।

Advertisment

ହିମାଚଳ ପ୍ରଦେଶର ପିଡବ୍ଲ୍ୟୁଡି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ଶୁକ୍ରବାର ନିଜ ପରିଚୟ ବଦଳାଇ ଦେଇଛନ୍ତି। ସେ ନିଜ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରୁ ପି-ଡବ୍ଲ୍ୟୁଡି ମନ୍ତ୍ରୀକୁ ହଟାଇ ଦେଇଛନ୍ତି। ଏହାକୁ ହଟାଇ ସେ ବର୍ତ୍ତମାନ ହିମାଚଳ ପ୍ରଦେଶ ସେବକ ବୋଲି ଲେଖିଛନ୍ତି। ଅନ୍ୟପକ୍ଷରେ ବିକ୍ରମଦିତ୍ୟ ସିଂହଙ୍କ ମା' ଏବଂ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ସାଂସଦ ପ୍ରତିଭା ସିଂହ ମଧ୍ୟ ବିଜେପିର ପ୍ରଶଂସା କରୁଛନ୍ତି। ଏଭଳି ପରିସ୍ଥିତିରେ ହିମାଚଳ ପ୍ରଦେଶର କଂଗ୍ରେସ ସରକାର ଉପରେ ପୁଣି ଥରେ ସଙ୍କଟ ମାଡି ଆସିଲା ଭଳି ମନେ ହେଉଛି।

ହିମାଚଳ ପ୍ରଦେଶ ସରକାରକୁ ନେଇ ସଙ୍କଟ ଦେଖାଦେଇଥିବା ବେଳେ ଫେବୃଆରୀ ୨୮ରେ ଜନସମ୍ପର୍କ ବିଭାଗ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ବାପାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ଆଣି ସୁଖବିନ୍ଦର ସିଂହ ସୁଖୁ କ୍ୟାବିନେଟରୁ କାନ୍ଦି କାନ୍ଦି ଇସ୍ତଫା ଘୋଷଣା କରିଥିଲେ। ତେବେ ପରେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଥିଲେ। କିନ୍ତୁ ସଙ୍କଟର କଳା ବାଦଳ ଏପର୍ଯ୍ୟନ୍ତ ସୁଖୁ ସରକାରଙ୍କଠାରୁ ହଟି ନାହିଁ।

Advertisment

ସେପଟେ ଡ୍ୟାମେଜ କଣ୍ଟ୍ରୋଲ କରିବାକୁ ଯାଇ ହିମାଚଳ ପ୍ରଦେଶ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ନିକଟତର ଏବଂ ପ୍ରତିଭା ସିଂହ କ୍ୟାମ୍ପରେ ଖାସ୍‌ କୁହା ଯାଉଥିବା ରାମପୁର ବିଧାନସଭା ବିଧାୟକ ନନ୍ଦଲାଲଙ୍କୁ ହିମାଚଳ ପ୍ରଦେଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।

ବିକ୍ରମାଦିତ୍ୟ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ସୂତ୍ର ଅନୁଯାୟୀ ସେ ଦିଲ୍ଲୀରେ ପ୍ରମୁଖ ବିଜେପି ନେତାଙ୍କୁ ଭେଟି ପାରନ୍ତି। ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ପ୍ରଦେଶ ଅଧ୍ୟକ୍ଷ ରାଜୀବ ବିନ୍ଦଲ ଭଳି ନେତା ସାମିଲ ଅଛନ୍ତି। ଏହାପୂର୍ବରୁ ସେ ପଞ୍ଚକୁଲା ଯାଇ ସେଠାରେ ୬ ଜଣ ଅଯୋଗ୍ୟ ଘୋଷିତ କରାଯାଇଥିବା କଂଗ୍ରେସ ବିଧାୟକଙ୍କୁ ଭେଟିଥିଲେ।

Congress Himachal Pradesh Himachal Pradesh Political Crisis Vikramaditya Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe