Advertisment

ଏଥର ନିର୍ବାଚନ ଲଢ଼ିବେନି ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ, କହିଲେ-ଗ୍ରାଉଣ୍ଡ ଜିରୋ ସ୍ଥିତି ଠିକ୍‌ ନାହିଁ

ପ୍ରତିଭା ସିଂ ନିର୍ବାଚନ ଲଢ଼ିବା ପାଇଁ ସଫା ସଫା ମନା କରି ଦେବା ସହ ଦଳ ତରଫରୁ ଦିଅଯାଇଥିବା ଟିକେଟକୁ ଫେରାଇ ଦେଇଛନ୍ତି ।

author-image
Niharika Rout
Himachal Congress President

Himachal Congress President

ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି କସରତ । କେଉଁଠି ଆଶାୟୀଙ୍କୁ ଟିକେଟ ବଣ୍ଟା ଆରମ୍ଭ ହେଲାଣି ତ କେଉଁଠି କାହାର ଟିକେଟ କଟି ଗଲାଣି। ଏପରି ସମୟରେ ବହୁ ପ୍ରାର୍ଥୀ ଟିକେଟ ପାଇ ମଧ୍ୟ ଲଢ଼ିବା ପାଇଁ ମନା କରି ଦେଉଛନ୍ତି। ଏପରି ଜଣେ ପ୍ରାର୍ଥୀ ହେଉଛନ୍ତି ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ।

Advertisment

ପ୍ରତିଭା ସିଂଙ୍କୁ କଂଗ୍ରେସ ତରଫରୁ ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଇଥିଲା । ମାତ୍ର ସେ ନିର୍ବାଚନ ଲଢ଼ିବା ପାଇଁ  ସଫା ସଫା ମନା କରି ଦେବା ସହ ଦଳ ତରଫରୁ ଦିଅଯାଇଥିବା ଟିକେଟକୁ ଫେରାଇ ଦେଇଛନ୍ତି ।

ଏନେଇ ବୁଧବାର ଘୋଷଣା କରି ସେ କହିଛନ୍ତି, ଦଳର ଗ୍ରାଉଣ୍ଡ ଜିରୋ ସ୍ଥିତି ଠିକ୍‌ ନାହିଁ। ମୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ସାରିଲିଣି । ନିର୍ବାଚିତ ପ୍ରତିନିଧି କେବଳ ନିଜ ଅଧୀନରେ ଥିବା ପାଣ୍ଠି ବାଣ୍ଟି ନିର୍ବାଚନ ଜିତି ପାରିବନି। ପାର୍ଟିକୁ ଜିତାଇବା ନିମନ୍ତେ ଗ୍ରାଉଣ୍ଡ ଜିରୋରେ ଏହାର କାର୍ଯ୍ୟକର୍ତ୍ତା ଖୁବ୍‌ ପରିଶ୍ରମ କରିଥାନ୍ତି। ମାତ୍ର ସେମାନଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସେମାନେ ଆଉ ତୃଣମୂଳ ସ୍ତରରେ ସକ୍ରିୟ ନାହାନ୍ତି।

Advertisment

କ୍ଷମତାରେ ଥିବା ବେଳେ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଦଳ ତରଫରୁ କିଛି କରାଗଲାନି। ତେଣୁ ସେମାନେ ଏବେ ଆମକୁ କେଉଁ ବିଶ୍ୱାସରେ ନେଇ କାମ କରିବେ। ତେଣୁ ମୁଁ ଆଉ ଏଥର ମଇଦାନକୁ ଓହ୍ଲାଇବିନି ବୋଲି ନିଷ୍ପତ୍ତି ନେଇଛି।

ଏଥିସହ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ଭାବ ମୋତେ ସବୁ ନିର୍ବାଚନ ମଣ୍ଡଳୀ ବୁଲିବାକୁ ପଡ଼ିବ । ତେଣୁ ମୁଁ ଏଥର ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ପ୍ରତିଭା। 

ଏଥିସହ ଅବଶିଷ୍ଟ ଟିକେଟ ଫାଇନାଲ୍‌ ହେବା ସମ୍ପର୍କରେ ସେ କହିଛନ୍ତି, ହିମାଚଳ ପ୍ରଦେଶରେ ଜୁନ ୧ରେ ଭୋଟିଂ ହେବ । ତେଣୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ନାମ ଫାଇନାଲ୍‌ କରିବାକୁ ଆମ ପାଖରେ ଯଥେଷ୍ଟ ସମୟ ରହିଛି।

Congress Election Himachal Pradesh