Advertisment

ମଞ୍ଜୁର ହେଲାନି ଇସ୍ତଫା, ଧାରଣାରେ ବସିଲେ ବିଧାୟକ

ମାର୍ଚ୍ଚ ୨୨ ତାରିଖରେ ୩ ଜଣ ସ୍ୱାଧୀନ ବିଧାୟକ ଇସ୍ତଫା ଦେଇଥିଲେ। ଏହାପରେ ବିଜେପିରେ ସାମିଲ ହୋଇଥିଲେ।

author-image
Madhupriya Mistry
Himachal pradesh Assembly

Himachal pradesh Assembly

ହିମାଚଳ ପ୍ରଦେଶରେ ଥମିବାର ନାଁ ନେଉ ନାହିଁ ରାଜନୈତିକ ହଲଚଲ। ଇସ୍ତଫା ମଞ୍ଜୁର ନ ହେବାରୁ ଧାରଣାରେ ବସିଛନ୍ତି ୩ ସ୍ୱାଧୀନ ବିଧାୟକ।

Advertisment

ହିମାଚଳ ପ୍ରଦେଶ କଂଗ୍ରେସର ୬ ବିଦ୍ରୋହୀ ବଧାୟକଙ୍କ ଅଯୋଗ୍ୟତା ଘୋଷଣା ପରେ ମାର୍ଚ୍ଚ ୨୨ ତାରିଖରେ ୩ ଜଣ ସ୍ୱାଧୀନ ବିଧାୟକ କେ.ଏଲ୍‌ ଠାକୁର, ଆଶିଷ କୁମାର ଓ ହୋଷିଆର ସିଂହ ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏହାପରେ ଏମାନେ ବିଜେପିରେ ସାମିଲ ହୋଇଥିଲେ। ତେବେ ବିଧାନସଭା ବାଚସ୍ପତି ଏଯାଏଁ ଏମାନଙ୍କ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିନାହାନ୍ତି।

ବିଧାନସଭା ବାଚସ୍ପତି କୁଲଦୀପ ସିଂହ ପଠାନିୟା ଏହି ତିନି ବିଧାୟକଙ୍କ ଇସ୍ତଫାକୁ ମଞ୍ଜୁର ନକରି ଓଲଟା ଏମାନଙ୍କୁ ନୋଟିସ୍‌ ପଠାଇଛନ୍ତି। ମାତ୍ର ୧୫ ମାସର କାର୍ଯ୍ୟକାଳ ଭିତରେ କାହିଁକି ଇସ୍ତଫା ଦେଲ ବୋଲି ସେ ବିଧାୟକଙ୍କ ଠାରୁ ଜବାବ ମାଗିଛନ୍ତି। ଏହାକୁ ବିରୋଧ କରି ଶିମଲାରେ ବିଧାନସଭା ବାହାରେ ଧାରଣାରେ ବସିଛନ୍ତି ୩ ବିଧାୟକ।

Advertisment

ଆମେ ନିଜ ଇଚ୍ଛାରେ ବିଧାନସଭାରୁ ଇସ୍ତଫା ଦେଲୁ। ବର୍ତ୍ତମାନ ସୁଦ୍ଧା ଆମ ଇସ୍ତଫାକୁ ମଞ୍ଜୁର କରାଯାଇ ନାହିଁ। ଏଥିପାଇଁ ଆମେ ଧାରଣାରେ ବସିଛୁ। ସେ ବାଚସ୍ପତି ଭଳି ନୁହେଁ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଭଳି ବ୍ୟବହାର କରୁଥିବା ବିଧାୟକମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଯଦି ତାଙ୍କ ଇସ୍ତଫା ମଞ୍ଜୁର ନହୁଏ ତେବେ ସେମାନେ ବାଚସ୍ପତିଙ୍କ ବିରୋଧରେ କୋର୍ଟ ଯିବେ ବୋଲି ମଧ୍ୟ ଧମକ ଦେଇଛନ୍ତି।

ହିମାଚଳ ପ୍ରଦେଶରେ ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଓ ୩ ସ୍ୱାଧୀନ ବିଧାୟକଙ୍କ ଇସ୍ତଫା ପରେ ଲୋକସଭା ନିର୍ବାଚନ ସହିତ ବିଜେପି ଏହି ୯ଟି ବିଧାନସଭା ଉପ-ନିର୍ବାଚନରେ ​​ଜିତି ଏଠାରେ ସରକାର ଗଠନ କରିବା ଉଦ୍ଦେଶ୍ୟରେ ରହିଛି। ଏହାକୁ ନେଇ ରାଜନୈତିକ ଛକପଞ୍ଝା ଲାଗି ରହିଛି।

Himachal Pradesh Political Crisis MLA On Strike