Advertisment

ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡା ଗାଏବ, ଯାଞ୍ଚ କଲା ସିଆଇଡି

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହୋଇଗଲା ସିଙ୍ଗଡ଼ା ଓ କେକ୍‌। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ସିଆଇଡି ।

Samosha

Samosha

Advertisment

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହୋଇଗଲା ସିଙ୍ଗଡ଼ା ଓ କେକ୍‌। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ସିଆଇଡି । ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ଏଭଳି ଏକ ରୋଚକ ଘଟଣାକୁ ନେଇ ଏବେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଚହଳ ସୃଷ୍ଟି ହୋଇଛି।

Advertisment

ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିମଲାସ୍ଥିତ ସିଆଇଡି ହେଡକ୍ୱାର୍ଟର୍ସ ପରିଦର୍ଶନ କରିବାକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଜଳଖିଆ ପାଇଁ ସିଙ୍ଗଡ଼ା,କେକ୍‌ ଆଦି ସ୍ନାକ୍ସ ମଗାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ସେସବୁ ତାଙ୍କ ସୁରକ୍ଷା କର୍ମୀଙ୍କୁ ପରସା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡ଼ା, କେକ୍‌ ଗାଏବ ହେବା ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ ଏହାର ତଦନ୍ତ କରାଯାଇଥିଲା । ସିଆଇଡି ଘଟଣାର ତଦନ୍ତ କରିବା ସହ ଏହା ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଆଇଡି କାର୍ଯ୍ୟାଳୟରେ ଥିବା ବେ ଲକ୍କର ବଜାରସ୍ଥିତ ଏକ ହୋଟେଲରୁ ୩ ଡବା ଅର୍ଡର କରାଯାଇଥିଲା। ଯାହାକି ମୁଖ୍ୟମନ୍ତ୍ରୀଙ୍କୁ ପରସା ଯାଇଥାନ୍ତା । ଆଇଜି ରାଙ୍କର ଜଣେ ଅଧିକାରୀ ଏଥିନିମନ୍ତେ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦେଇଥିଲେ। ସବ୍‌-ଇନ୍ସପେକ୍ଟଜଣକ କିନ୍ତୁ ଜଣେ ASI ଓ ଜଣେ ହେଡ କନଷ୍ଟେବଳଙ୍କୁ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ହୋଟେଲ ଯାଇ ୩ ଡବା ଭର୍ତ୍ତି ଟିଫିନ୍‌ ଆଣିଥିଲେ। ଏହାକୁ ସେମାନେ ଇନ୍ସପେକ୍ଟର ରାଙ୍କର ଜଣେ ମହିଳା ଅଧିକାରୀଙ୍କୁ ଦେଇଥିଲେ।  

Advertisment

ଡ୍ୟୁଟିରେ ଥିବା ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କୁ ଦେଇଥିବା ବେଳେ ତାହା ମୁଖ୍ୟମନ୍ତ୍ରୀଙ୍କ ମେନୁରେ ନ ଥିବା ସେମାନେ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କର୍ମଚାରୀଙ୍କୁ ଉକ୍ତ ସିଙ୍ଗଡା, କେକ୍‌ ଆଦି ପରସା ଯାଇଥିଲା।

ସିଆଇଡି ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଲୋକେ ସିଆଇଡି ଓ ସରକାର ବିରୋଧୀ ଭାବେ କାମ କରୁଥିବା କୁହାଯାଇଛି।

ବିଜେପି ମୁଖ୍ୟ ପ୍ରବକ୍ତା ରଣଧୀର ଶର୍ମା ଗତକାଲି କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ବିକାଶ ଚିନ୍ତା ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା ପଛରେ ପଡ଼ିଛନ୍ତି।  ଯାଞ୍ଚ ପରେ ଏହା ସରକାର ବିରୋଧୀ କାମ ବୋଲି କୁହାଯାଉଛି। କିନ୍ତୁ ଏହାର କୌଣସି ଆଧାର ନ ଥିବା ସେ କହିଛନ୍ତି।

Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe