HP
ଯୋଗୀ ଆଦିତ୍ୟନାଥଙ୍କ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁସରଣ କରିଛି ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସ। ଉତ୍ତର ପ୍ରଦେଶ ସରକାରଙ୍କ ଭଳି ହିମାଚଳ ପ୍ରଦେଶ ସରକାର ବୁଧବାର ସବୁ ଦୋକାନୀଙ୍କୁ ନିଜ ପରିଚୟ ଓ ନାଁ ସର୍ବସମ୍ମୁଖରେ ଉପସ୍ଥାପନ କରିବାକୁ କହିଛନ୍ତି। ଏହାର ଅର୍ଥ ବ୍ୟବସାୟୀମାନେ ସେମାନଙ୍କ ଦୋକାନ ଆଗରେ ନିଜର ନାଁ ଓ ପରିଚୟ ଉଲ୍ଲେଖ ଥିବା ହୋର୍ଡିଂ ମାରିବେ।
୫ ଦିନ ତଳେ ହିମାଚଳ ବିଧାନସଭାର ବାଚସ୍ପତି କୁଲଦୀପ ସିଂହ ପଠାନିଆ ଶିଳ୍ପ ମନ୍ତ୍ରୀ ହର୍ଷବର୍ଦ୍ଦନ ଚୌହାନଙ୍କ ନେତୃତ୍ୱରେ ଗୋଟିଏ ୭ ଜଣିଆ କମିଟି ଗଠନ କରିଥିଲେ। ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାକୁ କହିଥିଲେ।
ଏହି କମିଟି ଗଠନ ପୂର୍ବରୁ ବିଧାନସଭାରେ ସେପ୍ଟେମ୍ବର ୧୦ ତାରିଖରେ ଷ୍ଟ୍ରିଟ ଭେଣ୍ଡର ପଲିସି ଆଣିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ସରକାର ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ପରିଚୟ ଓ ନାଁ ସାର୍ବଜନୀନ କରିବା ବାଧ୍ୟତାମୂଳକ କରିଛନ୍ତି।
ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ଏପରି ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି ଯେ “ଆମେ ନଗର ଉନ୍ନୟନ ବିଭାଗ ଓ ପୌରପାଳିକା ସହ ଗୋଟିଏ ବୈଠକ କରିଥିଲୁ। ଉତ୍ତମ ପରିବେଶରେ ଖାଦ୍ୟ ବିକ୍ରି କରିବାକୁ ଗୁରୁତ୍ୱ ଦେଇ ଆମେ ସମସ୍ତ ରାସ୍ତା କଡ଼ରେ ଦୋକାନ କରିଥିବା ବ୍ୟବସାୟୀଙ୍କ ପାଇଁ ନାଁ ଓ ଆଇଡି ନମ୍ବର ସାର୍ବଜନୀନ ଭାବେ ଡିସପ୍ଲେ କରିବା ପାଇଁ କହିଛୁ।
ଲୋକମାନେ ପ୍ରକଟ କରୁଥିବା ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା ନୀତି ଭଳି ଆମେ ଏଠାରେ ମଧ୍ୟ ସମାନ ନିୟମ ଲାଗୁ କରିଛୁ।”
ପ୍ରବାସୀ ଶ୍ରମିକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ମଧ୍ୟ ହିମାଚଳରେ ଦାବି ହୋଇ ଆସୁଥିଲା। ବିଶେଷ କରି ରାଜ୍ୟରେ ଅନାଧିକୃତ ମସିଜିଦକୁ ନେଇ ବିବାଦ ବଢ଼ିବାରୁ ପଞ୍ଜୀକରଣ ଦାବି ଆହୁରି ତୀବ୍ର ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/HP_1727261840.jpg)